ବୁଗୁଡା ପଞ୍ଚାୟତ ସମିତିର ୪ର୍ଥ ସାଧାରଣ ଅଧିବେଶନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ଅଧିବେଶନ ଡିସେମ୍ବର ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀଙ୍କ ଅଧ୍ୟକ୍ଷତାରେ ଏହି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଏହି ବୈଠକରେ ଯୋଗଦେଇଥିଲେ। ବୁଗୁଡା ବିଡ଼ିଓ ବୈଠକ ବିଷୟରେ ଧାରଣା ପ୍ରଦାନ କରିଥିଲେ। ତହସିଲଦାର ତାପସ ରାଉତ, ସିଡ଼ିପିଓ ବବିତା ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସହକାରୀ ଯନ୍ତ୍ରୀ ଇଂ ସସ୍ମିତା କର, ଜିଲ୍ଲା ପରିଷଦ ମେମ୍ବର ସମିତା ସ୍ୱାଇଁ, ଗଙ୍ଗାପାଣି ଜେନା ଓ ଚାନ୍ଦିନୀ ନାୟକ ମଞ୍ଚାସୀନ ଥିଲେ। କୃଷି ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତର ଗ୍ରାମ ଗୁଡିକରେ ବିହନ ଦେବା ସହିତ ସାର ଓ ବିଭିନ୍ନ ଯନ୍ତ୍ରାଂଶ ଦେବା ବିଷୟରେ ଗୋଷ୍ଠୀ କୃଷି ଅଧିକାରୀ ଦିବ୍ୟ ରଞ୍ଜନ ମାଝୀ ପ୍ରକାଶ କରିଥିଲେ। ମରୁଡ଼ି ହୋଇଥିବା ଅଞ୍ଚଳର ତଥ୍ୟ ବିଧାୟକ ପଚାରି ଥିଲେ ମଧ୍ୟ କୋୖଣସି ସଠିକ୍ ଉତ୍ତର ପାଇନଥିଲେ। ମାଣିତରା ଓ କରଚୁଲି ପଞ୍ଚାୟତରେ କେତକ ସାହିକୁ ପାଣିଯାଉନଥିବା ବିଷୟର ଉତ୍ତରରେ ତୁରନ୍ତ ସମାଧାନ ହେବ ବୋଲି କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଥିଲେ। ସିଡ଼ିପିଓ ଶ୍ରୀମତୀ ପଣ୍ଡା ରାମଗଡ଼ ଅଙ୍ଗନୱାଡି ପଦବୀ ପୂରଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିସହ ବିରଞ୍ଚିପୁର ଅଙ୍ଗନୱାଡି କେନ୍ଦ୍ର ଅସମ୍ପୂର୍ଣ୍ଣ ଥିବା ପ୍ରକାଶ କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟ ଜାନୁଆରୀ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ବିଡ଼ିଓ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ। ଯଦି କୌଣସି ସମସ୍ୟା ଥାଏ ଅଧିକାରୀମାନେ ତାହା ଜଣାଇବାକୁ ପରାମର୍ଶ ଦେଇଥିଲେ। ସମସ୍ତେ ମିଳିମିଶି କାର୍ଯ୍ୟକଲେ ବୁଗୁଡା ପଞ୍ଚାୟତ ସମିତି ଏକ ଆଦର୍ଶ ବ୍ଲକରେ ପରିଣତ ହୋଇପାରିବ ବୋଲି ମାନ୍ୟବର ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ