ବୁଗୁଡା ପଞ୍ଚ ଠାକୁରାଣୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ଏନଏସି ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚ ଠାକୁରାଣୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଫେବୃୟାରୀ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଏପ୍ରିଲ ୨୬ ତାରିଖ ଠାରୁ ମଇ ୧୨ ତାରିଖ ପର୍ଯ୍ୟନ୍ତ ୧୭ ଦିନ ପାଇଁ ପଞ୍ଚ ଠାକୁରାଣୀ ମା’ ନାରାୟଣୀ, ମା’ ବ୍ୟାଘ୍ରଦେବୀ, ମା’ ବୁଢ଼ୀ ଠାକୁରାଣୀ, ମା’ ମାଳିଝୋଳା ଓ ମା ମାମୁଁଦେଇ ଙ୍କ ଯାତ୍ରା ଅନୁଷ୍ଠିତ ହେବାକୁ ଠିକ ହୋଇଥିବା ବେଳେ ବିଭିନ୍ନ ବିଷୟ ଆଲୋଚନା ପାଇଁ ବୈଠକ ହୋଇଥିଲା। ଯାତ୍ରା କମିଟିର ସଭାପତି ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସମ୍ପାଦକ ବିଶ୍ଵମୋହନ ମିଶ୍ର ବିଭିନ୍ନ ପ୍ରସ୍ତାବ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ଯାତ୍ରା ପାଇଁ ଅନୁମତି, ପ୍ରତି ୱାର୍ଡରେ ମେଢ଼, ରାମଦୋଳି, କଳାକୁଞ୍ଜ ପ୍ରଭୃତି ବିଷୟରେ ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ସମାଜସେବୀ ଧରଣୀଧର ପଣ୍ଡା, କେ.ନୀଳମାଧବ ଆଚାରି, ସୁଧାଂଶୁ ଶେଖର ପାଢ଼ୀ, ଲକ୍ଷ୍ମୀ ନାରାୟଣ ଦାଶ, ଗଙ୍ଗାଧର ବିଷୋୟୀ, ଶରତ ଚନ୍ଦ୍ର ମହାରଣା, କାଉନସିଲର ବୃନ୍ଦ, ଓ ଅନ୍ୟାନ୍ୟ କମିଟି ସଦଦ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ