ବୁଗୁଡା ପଥୁରିଆ ସାହିରୁ ଅଜଗର ସାପ ଉଦ୍ଧାର 

ବୁଗୁଡ଼ା, (ଅନିଲ ମହାରଣା):ବୁଗୁଡା ପଥୁରିଆ ସାହିର ଜଣଙ୍କ ଘର ଅଗଣାରୁ ସୋମବାର ଦିନ ଏକ ଅଜଗର ସାପକୁ ଉଦ୍ଧାର କରିଯାଇଥିବା ଜଣାଯାଇଛି । ପଥୁରିଆ ସାହିର ଘର ଅଗଣାରେ ବିଭିନ୍ନ ଫୁଲଗଛ ଲଗାଯାଇଥିବା କୁଣ୍ଡ ଗୁଡିକ ମଧ୍ୟରେ ସାପଟିଏ ରହିଥିବା ଘରର ମୁରବି ଦେଖିଥିଲେ । ସେ ସଙ୍ଗେ ସଙ୍ଗେ ବି.କରଡ଼ାବାଡ଼ି ଗ୍ରାମର ସାପ ଧରୁଥିବା ହରିଶ ପାଢୀଙ୍କୁ ଖବର ଦେଇଥିଲେ । ହରିଶ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୬ ଫୁଟ ଲମ୍ବର ଏକ ଅଜଗର ସାପକୁ କୁଣ୍ଡ ଗୁଡିକ ମଧ୍ୟରୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇ ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ