ବୁଗୁଡା ପିପୁଲସ ହାଇ ସ୍କୁଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ ହାଇ ସ୍କୁଲର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ନିଜର ଗୋଟିଏ ଦିନର ଦରମା ୧୮,୭୮୦ ଟଙ୍କା ଜିଲ୍ଲା ଜୁନିୟର ରେଡକ୍ରସ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରିଛନ୍ତି। ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା, ସହକାରୀ ଶିକ୍ଷକ/ ଶିକ୍ଷୟିତ୍ରୀ ସରୋଜ କୁମାର ନନ୍ଦ,ପ୍ରଶାନ୍ତ କୁମାର ଗୌଡ଼, କାହ୍ନୁ ଚରଣ ଗୌଡ଼, ଶଙ୍କର ଦାଶ, ସଶ୍ମିତା ମହାରଣା, ତପନ କୁମାର ପାଢୀ, ଭାରତୀ ମହାନ୍ତି, ଉଷାରାଣୀ ସିଂହ, ସଶ୍ମିତା ପଟ୍ଟନାୟକ, ସଶ୍ମିତା ତ୍ରିପାଠୀ, ଓ ବିଶ୍ୱେଶ୍ୱର ଗିରି ଏବଂ କର୍ମଚାରୀ ସୁଚିଶ୍ମିତା ବିଷୋୟୀ, ନିଳାଞ୍ଚଳ ପଣ୍ଡା ଓ ମଧୁସୂଦନ ନାୟକ ମଳିତ ଭାବେ ନିଜ ନିଜର ଏକ ଦିନର ଦରମା ୧୮୭୭୮ ଟଙ୍କା ହେଉଥିବା ବେଳେ ୧୮୭୮୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୯ ତାରିଖ ଦିନ ଜିଲ୍ଲା ଜୁନିୟର ରେଡକ୍ରସ ଏକାଉଣ୍ଟରେ ଜମା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ