ବୁଗୁଡା ପୋଲିସ୍ ଥାନା : ଦୁଇ ମାମଲାରେ ତିନି ଜଣ ଗିରଫ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଦୁଇଟି ମାମଲାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି । କିଛିଦିନ ପୂର୍ବେ ବୁଗୁଡା ଥାନା ଅନ୍ତର୍ଗତ ଭାମଶିଆଳି ପଞ୍ଚାୟତର ଚଢ଼ିଆପଲ୍ଲୀ ଗ୍ରାମର କାହ୍ନୁ ବାଇକ ଗ୍ୟାରେଜରୁ ସମସ୍ତ ଜିନିଷ ଚୋରି ହୋଇଥିଲା । ଏନେଇ ବୁଗୁଡା ଥାନା କେଶ ନଂ ୧୦୭/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ବୁଗୁଡା ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଆସିକ ପୋଲିସ ଥାନା ଅନ୍ତର୍ଗତ ବାବନପୁର ଗ୍ରାମର ଏ.ସନ୍ତୋଷ ଓ ଏ.ଭୀମ ଦୁଇ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ବୁଗୁଡା ସିମାଞ୍ଚଳ ମାର୍ଗ ପ୍ରଥମ ଗଲିରେ ରହୁଥିବା ଦେବହରି ଚୌଧରି ଙ୍କ ପତ୍ନି ଭୋର ସମୟରେ ନିଜ ଘର ପାଖରେ ଫୁଲ ତୋଳୁଥିବା ସମୟରେ ତାଙ୍କୁ ଲୁଟେରା ଜଣଙ୍କ ଧକ୍କା ଦେବା ଯୋଗୁଁ ମହିଳା ଜଣକ ତଳେ ପଡିଯିବା ଯାଇଥିଲେ । ଲୁଟେରା ଜଣଙ୍କ ମହିଳାଙ୍କ ବୁକରୁ ସୁନା ଅଳଙ୍କାର ଝାମ୍ପି ନେବା ସମୟରେ ମହିଳା ଜଣକ ଅଳଙ୍କାର କୁ ଧରି ପକାଇବ ଯୋଗୁଁ ତାଙ୍କ ହାତରେ କେତେକାଶଂ ସୁନା ରହିଥିବା ବେଳେ ଅବଶିଷ୍ଟ ସୁନାକୁ ଧରି ଲୁଟେରା ଦୌଡ଼ି ଚାଲିଯାଇଥିଲା । ଏନେଇ ବୁଗୁଡା ପୋଲିସ ଥାନା କେସ ନଂ ୩୭୮/୨୨ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଥିବା ବେଳେ ବୁଗୁଡା ଏନଏସି ଖଦାଳ ସାହିର ଲଣ୍ଡା ନାୟକ ଙ୍କ ପୁଅ ପ୍ରଭାକର ନାୟକ ଓରଫ ମାଠଗୁଣା ଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ