ବୁଗୁଡା ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ଜଣେ ଗିରଫ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଦ୍ୱାରା ୭ କେଜି ଗଞ୍ଜେଇ ଜବତ ହେବା ସହ ଜଣେ ବ୍ୟକ୍ତି ଗିରଫ ହୋଇଥିବା ଜଣାପଡିଛି। ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ଖୋଳଖାଳି ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମ ଗାରରେ ଜଣେ ବ୍ୟକ୍ତି ଗଞ୍ଜେଇ ଧରି ବସକୁ ଅପେକ୍ଷା କରିଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସବଇନ୍ସପେକ୍ଟର ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ବାହୀନ ଯାତ୍ରୀ ବିଶ୍ରାମ ନିକଟରେ ପହଞ୍ଚି ଘେରି ଯାଇଥିଲେ। ଚୋରା ଗଞ୍ଜେଇ ବେପାରୀ ଜଣକ ଦୌଡି ପଳାଇବାକୁ ଚେଷ୍ଟା କରିବା ସମୟରେ ପୋଲିସ କାବୁ କରି ଧରିବାରେ ସଫଳ ହୋଇଥିଲେ। ଆସାମୀ ଜଣଙ୍କ ପଶ୍ଚିମବଙ୍ଗ ମେଦିନପୁରର ଅମୂଲ୍ୟ ମାଝୀ ହୋଇଥିବା ବେଳେ ତାଙ୍କଠାରୁ ସାତ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏନେଇ ବୁଗୁଡା ପୋଲିସ ଥାନା କେଶ ନଂ ୧୧୧/୨୩ ପ୍ରକାରେ ଏକ ମାମଲା ରୁଜୁ ହୋଇ ଅମୂଲ୍ୟକୁ କୋର୍ଟଚାଲାଣ କରାଯାଇଛି।