ବୁଗୁଡା ପୋଲିସ ପକ୍ଷରୁ ବିଭିନ୍ନ ଗ୍ରାମରେ ଫ୍ଲାଗ ମାର୍ଚ୍ଚ

ବୁଗୁଡା, (ଅନିଲ କୁମାର ମହାରଣା):ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଉପଲକ୍ଷେ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଗୁଡା ପୋଲିସ ପକ୍ଷରୁ ଜାନୁଆରୀ ୨୯ ତାରିଖ ଦିନ ମଧ୍ୟ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ଦ୍ଵିତୀୟ ଦିବସର ଏହି ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଦିବସରେ କରସିଙ୍ଗି, ଉଦୟପୁର, କହ୍ନେଇପୁର, କରଚୁଲି, ମତାଝରି, ତାକରଡା ଓ ବି.କରଡ଼ାବାଡ଼ି ଗ୍ରାମରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ଫେବୃୟାରୀ ୧୮ ତାରିଖ ଦିନ ବୁଗୁଡା ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ। ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ପାଇଁ ପୋଲିସ ବାହିନୀ ପକ୍ଷରୁ ଧାରାବାହିକ ଫ୍ଲାଗ ମାର୍ଚ୍ଚ ସହ ନିୟମିତ ପେଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ