ବୁଗୁଡା ପ୍ରାକ୍ତନ ଉପାଧ୍ୟକ୍ଷ ସୁବ୍ରତ ପଟ୍ଟନାୟକଙ୍କ ଦେହାନ୍ତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଏନଏସି ର ପୂର୍ବତନ ଉପାଧ୍ୟକ୍ଷ ତଥା ବିଜେପି ନେତା ଇଂ ସୁବ୍ରତ କୁମାର ପଟ୍ଟନାୟକଙ୍କ ୫୭ ବର୍ଷ ବୟସରେ ଜୁନ ୦୧ ତାରିଖ ଦିନ ଦେହାନ୍ତ ହୋଇଯାଇଛି। ସୁବ୍ରତ ବାବୁ ସକାଳେ ଅସୁସ୍ଥ ଅନୁଭବ କରିବା ଯୋଗୁଁ ଭୁବନେଶ୍ୱର ଚିକିତ୍ସା ପାଇଁ ନେଉଥିବା ସମୟରେ କୋଦଳା ଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ଦ୍ୱାରା କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ସୁବ୍ରତ ବାବୁଙ୍କୁ ମୂତ୍ୟୁ ଘୋଷଣା କରିଥିଲେ । ସ୍ୱର୍ଗତ ସୁବ୍ରତ ପଟ୍ଟନାୟକଙ୍କ ମର ଶରିର ବୁଗୁଡା ଆଣିବା ପରେ ବହୁ ବ୍ୟକ୍ତି ଶେଷ ଦର୍ଶନ ପାଇଁ ଆସିଥିଲେ । ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଅଧିବକ୍ତା ରବୀନ୍ଦ୍ର କୁମାର ପଣ୍ଡା, ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ସୁନିଲ କୁମାର ପାଢୀ, ବିଜେଡି ଉପସଭାପତି କାହ୍ନୁ ଚରଣ ଭୂୟାଁ ପ୍ରମୁଖ ଯାଇ ଶେଷ ଦର୍ଶନ କରିବା ସହ ଶୋକ ସଂତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସେହିପରି ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ, ଉପସଭାପତି ପ୍ରଭାକର ପଣ୍ଡା, ବୁଗୁଡା ନଗର ବିଜେପି ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତି, ବିଜେପି ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଗଙ୍ଗାଧର ନାୟକ, ଗୌରହରି ପ୍ରଧାନ, ଅଧିବକ୍ତା ହର ପ୍ରସାଦ ଦାଶ, ହରିହର ସାହୁ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଏକ ବିରାଟ ଶୋଭାଯାତ୍ରାରେ ସ୍ୱର୍ଗତ ସୁବ୍ରତ ପଟ୍ଟନାୟକଙ୍କ ମରଶରୀରକୁ ସହର ପରିକ୍ରମା କରି ଶବ ସଂସ୍କାର କାର୍ଯ୍ୟରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ସୁବ୍ରତ ବାବୁଙ୍କ ଦେହାନ୍ତ ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ