ବୁଗୁଡା ବନାଞ୍ଚଳ ପକ୍ଷରୁ ବିଶ୍ୱ ବନ ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୨୧ ତାରିଖ ଦିନ ବିଶ୍ୱ ବନ ଦିବସ ପାଳନ ହୋଇଯାଇଛି। ବିଶ୍ୱ ବନ ଦିବସ ଉପଲକ୍ଷେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ବୁଗୁଡା ବଳଦେବ ସ୍ୱାମୀ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ବୁଗୁଡା ସହର ପରିକ୍ରମା କରି ଜନସଚେତନତା ସୃଷ୍ଟି କରିଥିଲେ। ଏହାପରେ ବୁଗୁଡା ବନାଞ୍ଚଳ ସଭା ଗୃହରେ ଏକ ସଚେତନତା ସଭା ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର, ପ୍ରକୃତି ବନ୍ଧୁ ଗୌରୀଶଙ୍କର ମିଶ୍ର, ସୁରେଶ ଚନ୍ଦ୍ର ଦାଶ ଓ ଗଙ୍ଗାଧର ବିଷୋୟୀ ଯୋଗଦେଇଥିଲେ। ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ରଙ୍କ ସମେତ ଅତିଥି ବୃନ୍ଦ ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲ ନିଆଁକୁ ରୋକିବା ନେଇ ବକ୍ତବ୍ୟ ରଖିଥିଲେ। ଏଥିସହ ପ୍ରତ୍ୟେକ ଜନସାଧାରଣ ପ୍ରତ୍ୟେକ ବର୍ଷ ଗଛଟିଏ ଲଗାଇ ସେହି ଗଛକୁ ବଞ୍ଚାଇ ବଢ଼ିବାକୁ ନିଶ୍ଚିତ କରିବାକୁ ପରାମର୍ଶ ଦେବା ସହ ଜଙ୍ଗଲ ତଥା ବୃକ୍ଷର ଉପକାରୀତା ବିଷୟ ନେଇ ବକ୍ତବ୍ୟ ରଖିଥିଲେ। ବନପାଳ, ବନରକ୍ଷୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ