ବୁଗୁଡା ବନ ବିଭାଗର ସଫଳତା, ଟ୍ରକ ସହ ଲକ୍ଷାଧିକ ଟଙ୍କାର କାଠ ଜବତ

ବୁଗୁଡା,(ୱାଏନଏସ):ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନ ଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳକୁ ମିଳିଛି ବଡ ସଫଳତା । ବୁଗୁଡା ବନ ବିଭାଗ କାଠ ବୋଝେଇ ହୋଇଥିବା ଏକ ଆନ୍ଧ୍ର ଟ୍ରକ AP 16 TW 6741କୁ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛନ୍ତି। ଦକ୍ଷୀଣ ଘୁମୁସର ବନ ଖଣ୍ତ ଅଧିକାରୀ ବିନୋଦ ଆଚାର୍ଯ୍ଯ ଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ବରେ ସମସ୍ତ ବନ ବିଭାଗ କର୍ମଚାରି ବୃନ୍ଦ ମୋଟାବାଡି ଗ୍ରାମର ହାଇ ସ୍କୁଲ ଛକ ନିକଟରେ ଚଢ଼ାଉ କରି କାଠ ବୋଝେଇ ସହ ଟ୍ରକକୁ ଜବତ କରିବା ସହ ଇଚ୍ଛାପୁରର ଦୁଇ ଜଣଙ୍କୁ ଅଟକ ରଖିଛନ୍ତି। ଜବତ କାଠ ଗୁଡିକ ମହି ଓ ସାହାଜ କାଠ ହୋଇଥିବା ଜଣାପଡିଛି। ଜବତ ହୋଇଥିବା ଲକ୍ଷ ଲକ୍ଷ କାଠ ମଧ୍ୟରୁ ୬୩.୦୨ ଘନଫୁଟ ଗଣ୍ଡି କାଠ ହୋଇଥିବା ବେଳେ ୫ ଷ୍ଟାକ(ଏକ ଷ୍ଟାକ ହେଉଛି ଲମ୍ବ ୧୨ ଫୁଟ× ଓଷାର ୩ ଫୁଟ × ଉଚ୍ଚତା ୩ ଫୁଟ) ଜାଳେଣି କାଠ। ଏହି ଟ୍ରକରେ ଜରିପାଲ ଘୋଡାଇ କାଠ ବୋଝେଇ ହୋଇ ଓଡିଶାରୁ ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହୋଇଥାନ୍ତା । ଦୁଇ ଅଟକ ବ୍ୟକ୍ତିଙ୍କୁ ବନ ବିଭାଗ ଅଧିକାରୀ ପଚାରି ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ