ବୁଗୁଡା ବିଜେପି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବିଜେପି ପକ୍ଷରୁ ଆଠ ଦଫା ଦାବି ପତ୍ର ବୁଗୁଡା ତହସିଲଦାରଙ୍କ ଜରୀଆରେ ଗଞ୍ଜାମ ଜିଲ୍ଳାପାଳ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥିବା ଜଣାପଡିଛି। ନଗର ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ମାହାନ୍ତିଙ୍କ ନେତୃତ୍ୱରେ ବୁଗୁଡା ବିଜେପି ପକ୍ଷରୁ ସାରର କଳାବଜାରୀ ବନ୍ଦ କରିବା, ଚାଷୀଙ୍କୁ ସାର ଯୋଗାଇବା, କାଳିଆ ଟଙ୍କା ଯୋଗାଇବା, ବିଭିନ୍ନ ଦୁର୍ନୀତିର ତଦନ୍ତ କରିବା, ଚାଷୀଙ୍କ ନାମରେ ମିଥ୍ୟା ମକଦ୍ଦମାକୁ ନିନ୍ଦା, ସମବାୟ ସମିତି ଜରୀଆରେ ସାର ଯୋଗାଣ ପ୍ରଭୃତି ଦାବି ନେଇ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏହି ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ, କୃଷି ସଚିବ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ପ୍ରେରଣ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଳିକ, ପ୍ରଭାକର ପଣ୍ଡା, ଆଡଭୋକେଟ ହର ପ୍ରସାଦ ଦାଶ, ଜିଲ୍ଲା ପ୍ରତିନିଧି ତ୍ରିଲୋଚନ ସାହୁ, ବିଷ୍ଣୁ ଚରଣ ପ୍ରଧାନ, କୈଳାଶ ପ୍ରଧାନ, ରାଧା ମାଧବ ପରିଡା, ଭଗବାନ ଜେନାଙ୍କ ସମେତ ନଗର ଓ ବ୍ଲକର ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।