ବୁଗୁଡା ବିଜ୍ଞାପିତ ପରିଷଦରେ ୫୧ ତମ ସ୍ବାୟତ ଶାସନ ଦିବସ ପାଳିତ
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଅଗଷ୍ଟ ୩୧ ତାରିଖ ଦିନ ୫୧ ତମ ସ୍ବାୟତ ଶାସନ ଦିବସ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ଯର୍ନିବାହି ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଯୋଗଦେଇ ପତାକା ଉତ୍ତୋଳନ କରି ଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଓ ସମସ୍ତ କାଉନସିଲର ଯୋଗଦେଇ ଥିଲେ।ଏହାପରେ ନଗରପାଳଙ୍କ ସମେତ ସମସ୍ତ ଅତିଥି ମାନେ ସ୍ଥାନୀୟ ବଳଦେବ ଜୀଉ ମନ୍ଦିରକୁ ଯାଇ ସେଠାରେ ଠାକୁରମାନଙ୍କୁ ଦର୍ଶନ କରି ସେଠାରେ ଥିବା ଅସହାୟ ଲୋକଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ। ସେଠାରୁ ବସଷ୍ଟାଣ୍ଡ ଯାଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ମଦନମୋହନ ଛକରେ ମଦନମୋହନ ପାଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶେଷରେ ବୁଗୁଡା ମେଡିକାଲକୁ ଯାଇ ସେଠାରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ଆରୋଗ୍ୟ କାମନା କରିଥିଲେ।


