ବୁଗୁଡା ବ୍ଲକକୁ ଫେରିଲେଣି ୨୮୨୮ ଜଣ ପ୍ରବାସୀ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକକୁ ମଇ ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ୨୮୨୮ ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ଜଣା ପଡ଼ିଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବୁଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସଙ୍ଗରୋଧରେ ରହିଛନ୍ତି। ବୁଗୁଡା ବ୍ଲକରେ ମୋଟ ୧୪୦ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବାସୀ ଓଡିଆ ରହିବା ପାଇଁ ବ୍ୟବସ୍ଥା ହୋଇଛି। ବୁଗୁଡା ଏନ.ଏ.ସି.ରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୨୦୦ ଜଣ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ବିଭିନ୍ନ ଘରୋଇ ବିଦ୍ୟାଳୟ ଗୁଡିକରେ ସମସ୍ତ ସୁବିଧା ଥିବା ଯୋଗୁଁ ସେଗୁଡିକରେ ସଙ୍ଗରୋଧ ଗୃହରେ ରହିଛନ୍ତି। ଏଣେ ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ ଅଧିକାଂଶ ସୁରାଟ ଫେରନ୍ତାଙ୍କ ଠାରେ କୋଭିଡ ପଜିଟିଭ ବାହାରି ବୃଦ୍ଧି ପାଉଛି।ଏଥିରେ ବୁଗୁଡା ବ୍ଲକ ମଧ୍ୟ ଥାଇପାରେ। ଏହିସବୁ ଦୃଷ୍ଟିରେ ରଖି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ବୁଗୁଡା ପିପୁଲସ କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପାଇଁ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବ ଗୃହୀତ ହେବା ପରେ କରୋନା ସଂକ୍ରମଣଙ୍କ ଚିକିତ୍ସା ପାଇଁ ବୁଗୁଡାକୁ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ଆବଶ୍ୟକ ଜିନିଷ ପହଞ୍ଚିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ