ବୁଗୁଡା ବ୍ଲକରେ ତିନି ଜଣ ଶିକ୍ଷକଙ୍କ ଅବସର

ବୁଗୁଡା : ଫେବୃୟାରୀ ୨୯ ତାରିଖ ଦିନ ତିନି ଜଣ ଶିକ୍ଷକ ଅବସର ନେଇଥିବା ଜଣାପଡିଛି।ସେମାନେ ହେଲେ ବୁଗୁଡା ଏନଏସି ଅନ୍ତର୍ଗତ କାଦପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରେକୃଷ୍ଣ ପାତ୍ର, ଠଣାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ଗୌଡ଼ ଓ ତାଳସାକର ମହାମାୟୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ଆଲଟିଆ । ହରେକୃଷ୍ଣ ପାତ୍ର ଓ ପ୍ରକାଶ ଚନ୍ଦ୍ର ଗୌଡ଼ଙ୍କୁ ବୁଗୁଡା ବିଇଓ ଅଫିସ ପକ୍ଷରୁ ଏବିଇଓ ପୀତାମ୍ବର ବିଷୋୟୀ ପ୍ରୋଭିଜନାଲ ପେନସନ ପତ୍ର ପ୍ରଦାନ କରିଥିଲେ। ସେହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ବିଶ୍ୱମୋହନ ମିଶ୍ର, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ଓ ଅନ୍ୟାନ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ। ସେହିପରି ତାଳସାକର ହାଇ ସ୍କୁଲରେ ଅବସର ନେଇଥିବା ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ଆଲଟିଆଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏନେଇ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ