ବୁଗୁଡା ବ୍ଲକରେ ଦୁଇ ପଞ୍ଚାୟତରେ ଆମ ବ୍ଯାଙ୍କ ସେବା

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡା ଓ ଭଗବାନପୁର ଦୁଇ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଆମ ବ୍ଯାଙ୍କ ସେବା ଶୁଭାରମ୍ଭ ହୋଇଯାଇଅଛି। ନଭେମ୍ବର ୨୮ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ସାରା ରାଜ୍ୟରେ ଆମ ବ୍ୟାଙ୍କ ସେବା ଉଦଘାଟନ କରିଥିଲେ। ସନ୍ଧ୍ୟା ସମୟରେ ତାକରଡା ଓ ଭାଗବାନପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ବ୍ଯାଙ୍କର ଶୁଭାରମ୍ଭ ହୋଇଥିଲା। ଯେଉଁ ସବୁ ପଞ୍ଚାୟତ ରେ କୌଣସି ବ୍ୟାଙ୍କ ନାହିଁ ସେହ ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ଖୋଲିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ବ୍ଯାଙ୍କ ସେବା ଦ୍ୱାରା ଗ୍ରାମାଞ୍ଚଳ ଲୋକମାନେ ନିଜ ଘର ପାଖରେ ସୁବିଧା ପାଇପାରିବେ। ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ନିଆଯିବା ଦ୍ବାରା ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା,ଏବଂ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିପିଡିଓ ମନୋଜ କୁମାର ସାହୁ, ତାକରଡା ସରପଞ୍ଚ ଦିଲ୍ଲୀପ ପ୍ରଧାନ, ଭାଗବାନପୁର ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ, ଦୁଇ ପଞ୍ଚାୟତର ସମିତି ମେମ୍ବର, ଜିଲ୍ଲା ପରିଷଦ ମେମ୍ବରଙ୍କ ପ୍ରତିନିଧି ଜିତେନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଉଭୟ ପଞ୍ଚାୟତର ପିଇଓ, ବ୍ୟାଙ୍କ ମିତ୍ର, ଏମବିକେ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ