ବୁଗୁଡା ବ୍ଲକରେ “ଦେବଦୂତ” ସମ୍ମାନ ପ୍ରଦାନ
ବୁଗୁଡ଼ା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭଞ୍ଜଯୁଗୀୟ ଦେବୀପୀଠ ଶାଙ୍କୁଳାଇ ଠାରେ ବ୍ରାହ୍ମଣ ସୁରକ୍ଷା ପରିଷଦ ଚାରି ଟେବଲ୍ ଟ୍ରଷ୍ଟ ଓ ଘୁମୁସର ପୁରୋହିତ ସମିତି ଆନୁକୁଲ୍ୟରେ ”ଦେବଦୂତ ସମ୍ମାନ” ସମାରୋହ ଅନୁଷ୍ଠିତ ହୋଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ସମେତ ୪୦ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ରାହ୍ମଣ ସୁରକ୍ଷା ପରିଷଦର ଉପଦେଷ୍ଟା ପଣ୍ଡିତ କାଳୁ ଚରଣ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟସଭାପତି ଆଲୋକ କୁମାର ପଣ୍ଡା, ଉପସଭାପତି ସଚ୍ଚିଦାନନ୍ଦ ମିଶ୍ର କୋଷାଧ୍ୟକ୍ଷ ବିଶ୍ଵନାଥ କର, ସାଧାରଣ ସମ୍ପାଦକ ବିଭୁ ରଞ୍ଜନ ନନ୍ଦ, ସହ ସମ୍ପାଦକ ମୃତ୍ୟୁଞ୍ଜୟ ଦାସ ପ୍ରମୁଖ ଯୋଗଦାନ କରିଥିଲେ।ବିଧାୟକ ଶ୍ରୀକାନ୍ତ ସାହୁ,ବିଡ଼ିଓ ତନ୍ମୟ ପାତ୍ର,ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା,ବାଲିପଦର ଫାଣ୍ଡି ଓଆଇସି ନିରଞ୍ଜନ ଦାଶ, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସ୍ବେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରଭୃତି ୪୦ ଜଣ କରୋନା ଯୋଦ୍ଧାଙ୍କୁ ଏହି ସମ୍ବର୍ଦ୍ଧନା ଉତ୍ସବରେ ପୁଷ୍ପମାଲ୍ୟ ଓ ମାନପତ୍ର ସହ “ଦେବଦୂତ” ସମ୍ମାନ ପ୍ରଦାନ କରାଯାଇଥିଲା। ବିଧାୟକ ଶ୍ରୀ ସାହୁ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସ୍ଵାଇଁ, ତହସିଲଦାର ଶ୍ରୀ ଜେନା, ବାଲିପଦର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ପାଙ୍ଗିଡି ସରପଞ୍ଚ ସୁଶାନ୍ତ କୁମାର ଆପଟ, ସ୍ଵେଚ୍ଛାସେବୀ ଗୌରୀପତି ଦାଶ ପ୍ରମୁଖ ଏଥିରେ ଉଦବୋଧନ ଦେଇଥିବା ବେଳେ ଅନ୍ତରପଡ଼ା ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ।


