ବୁଗୁଡା ବ୍ଲକର ହଟ୍ ସ୍ପଟ୍ ହେଉଛି ବାଲିପଦର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ବାଲିପଦର ଗ୍ରାମ ପଞ୍ଚାୟତ ବାଲିପଦର ଓ ସଦାଶିବପୁର ଶାସନକୁ ନେଇ ଗଠିତ।ପଞ୍ଚାୟତର ଜନସଂଖ୍ୟା ପ୍ରାୟ ପାଞ୍ଚ ହଜାର ଅଟେ। ବାଲିପଦର ହେଉଛି ଏକ ବ୍ୟବସାୟ ପେଣ୍ଠ। ଆଖପାଖ ବହୁ ଗ୍ରାମର ଲୋକମାନେ ବାଲିପଦର ଉପରେ ନିର୍ଭର କରୁଥିବା ବେଳେ ସର୍ବଦା ସହର ଭଳି ଜନ ଗହଳି ରହିଥାଏ। ଯାହା ଫଳରେ ଅତି କମ ସମୟ ମଧ୍ୟରେ ବାଲିପଦରରେ କରୋନା ପଜିଟିଭ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଆଜିସୁଧା ୩୦ ଜଣଙ୍କୁ ଆକ୍ରାନ୍ତ କରିସାରିଲାଣି। ଏଥି ମଧ୍ୟରୁ ଗତକାଲି ବାଲିପଦରରୁ ପଣ୍ଡିତ ସୀମାଞ୍ଚଳ ପଣ୍ଡା କରୋନାରେ ମୃତ୍ୟୁ ବରଣ କରିଥିବା ବେଳେ ଆଜି ଭୁବନେଶ୍ୱର ସମ ହସପିଟାଲରେ ଜଣେ ଯୁବ ବ୍ୟବସାୟୀ ଜି.ପ୍ରତାପ କୁମାର ପାତ୍ର କରୋନାରେ ମୃତ୍ୟୁ ବରଣ କରିଛନ୍ତି। ୫ ଦିନ ପୂର୍ବେ ସ୍ବର୍ଗତ ସୀମାଞ୍ଚଳ ପଣ୍ଡାଙ୍କ ଏକମାତ୍ର ପୁତ୍ର ସମ୍ପୂର୍ଣ୍ଣ କରୋନା ଲକ୍ଷଣ ଥାଇ ବ୍ରହ୍ମପୁର ମେଡିକାଲକୁ ନେଇଥିବା ବେଳେ ଚିକିତ୍ସା ପୂର୍ବରୁ ମୃତ୍ୟୁ ବରଣ କରିଥିଲେ। ଅବଶ୍ୟ ଏହି ମୃତ୍ୟୁ ବ୍ୟକ୍ତିଙ୍କ ସ୍ଲାବ ଟେଷ୍ଟ ହୋଇ ନଥିବା ବେଳେ କରୋନାରେ ମୃତ୍ୟୁ ବୋଲି କହି ପାରିବ ନାହିଁ। ବୁଗୁଡା ବ୍ଲକରୁ ଭୁବନେଶ୍ୱର ଚିକିତ୍ସା ପାଇଁ ଯାଉଥିବା ବ୍ୟକ୍ତି ମାନଙ୍କ ପାଇଁ ପ୍ରଶାସନ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଆଜି ଦିବା ପ୍ରାୟ ୨ ଘଣ୍ଟା ସମୟରେ ବାଲିପଦର ଗ୍ରାମର ଜି.ପ୍ରତାପ କୁମାର ପାତ୍ର କରୋନା ଆକ୍ରାନ୍ତରେ ପ୍ରାଣ ହରାଇଥିବା ଶୁଣିବା ପରେ ବିଭିନ୍ନ ବ୍ୟକ୍ତିଙ୍କୁ ବୁଝି ତାଙ୍କ ପରିବାର ଲୋକେଙ୍କ ଫୋନ ନମ୍ବର ସଂଗ୍ରହ କରି ପ୍ରଶାସନ ତାଙ୍କ ପରିବାର ସହ କଥା ହୋଇଥିବା ବେଳେ ପରିବାର ଲୋକେ ପଜିଟିଭ ବାହାରି ମୃତ୍ୟୁ ବରଣ କରିଥିବା କହିଥିଲେ। ଗତକାଲି ଠାରୁ ସମ ହସପିଟାଲରେ ପଜିଟିଭ ଚିହ୍ନଟ ହୋଇ ଆଜି ପ୍ରାଣତ୍ୟାଗ କରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପାଖକୁ ଖବର ଆସିପାରିନଥିବା ଜଣାପଡିଛି। ଜିଲ୍ଲା ଓ ବ୍ଲକ ପ୍ରଶାସନ ବାଲିପଦର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ନକଲେ କରୋନା ସଂକ୍ରମଣ ଆହୁରି ବଢିଯିବା ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ