ବୁଗୁଡା ବ୍ଲକ ଟପର; ଚନ୍ଦ୍ର ଶେଖର

ବୁଗୁଡା;(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଓ ଏନଏସି ର ୩ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଚନ୍ଦ୍ରଶେଖର ପ୍ରଧାନ ମୋଟ ୪୭୫ ମାର୍କ ରହି ବୁଗୁଡା ବ୍ଲକ ଟପର ହେବାର ଗୌରବ ଅର୍ଜନ କରିଛନ୍ତି। ବୁଗୁଡା ପିପୁଲସ କଲେଜ ଯୁକ୍ତ ଦୁଇ ବିଭାଗର ଛାତ୍ରୀ ତୁଳସୀ ଜେନା ମୋଟ ୪୭୨ ମାର୍କ ରଖି ବ୍ଲକରେ ଦ୍ଵିତୀୟ ସ୍ଥାନ ଓ ଆଦିତ୍ୟ କୁମାର ମହାପାତ୍ର ୪୪୯ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୧ ଜଣ ପରୀକ୍ଷା ଦେଇଥିବା ବେଳେ ୬ ଜଣ ପ୍ରଥମ ଶ୍ରେଣୀ, ୧୪ ଜଣ ଦ୍ଵିତୀୟ ଶ୍ରେଣୀ, ୨୧ ଜଣ ତୃତୀୟ ଶ୍ରେଣୀ, ଏହିପରି ମୋଟା ୪୧ ଜଣ ଉତ୍ତୀର୍ଣ୍ଣ ହୋଇ ଫଳାଫଳ ୮୦.୩୯ % ହୋଇଛି।
ବୁଗୁଡା ପିପୁଲସ କଲେଜ ଯୁକ୍ତ ଦୁଇ ବିଭାଗରେ ୧୭୬ ଜଣ ପରୀକ୍ଷା ଦେଇଥିବା ବେଳେ ୧୪ ଜଣ ପ୍ରଥମ ଶ୍ରେଣୀ, ୪୨ ଜଣ ଦ୍ଵିତୀୟ ଶ୍ରେଣୀ, ୬୮ ଜଣ ତୃତୀୟ ଶ୍ରେଣୀ, ଏହିପରି ମୋଟ ୧୨୪ ଜଣ ଉତ୍ତୀର୍ଣ୍ଣ ହୋଇ ଫଳାଫଳ ୭୦.୪୫ %ହୋଇଛି। ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୭ ଜଣ ପରୀକ୍ଷା ଦେଇଥିବା ବେଳେ ୨ ଜଣ ଦ୍ଵିତୀୟ ଶ୍ରେଣୀ, ୫ ଜଣ ତୃତୀୟ ଶ୍ରେଣୀ, ଏହିପରି ମୋଟ ୭ ଜଣ ଉତ୍ତୀର୍ଣ୍ଣ ହୋଇ ଫଳାଫଳ ୪୧.୧୭ % ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ