ବୁଗୁଡା ବ୍ଲକ ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ମେଳା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକ ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ମେଳା ଏପ୍ରିଲ ୧୧ ତାରିଖ ଦିନ ବୁଗୁଡା ବୁଦ୍ଧଗିରି ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିକ୍ଷଣ ସାମଗ୍ରୀ ମେଳାକୁ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଦ୍ଧଗିରି ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ସ୍ୱରୁପ ରଞ୍ଜନ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ଏନଏସି ଉପାଧ୍ୟକ୍ଷା ଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, କାଉନସିଲର ସ୍ୱପ୍ନା କୁମାରୀ ଦାଶ, କେ.ନୀଳମାଧବ ଆଚାରୀ, ଓ ରାଜେନ୍ଦ୍ର ପ୍ରସାଦ ଦାଶ ଯୋଗ ଦେଇଥିଲେ। ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ମେଳାରେ ମୋଟ ୫୯ ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଭାଷା ଶିକ୍ଷଣ ସାମଗ୍ରୀ ମଧ୍ୟରୁ ପ୍ରଥମ ରୁ ତୃତୀୟ ଶ୍ରେଣୀ ପାଇଁ ତାକରଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପୁରସ୍କୃତ ହୋଇଥିବା ବେଳେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ ଗୌଡ଼ିଆ ବୋରଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଏବଂ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପାଇଁ ବୁଗୁଡା ବି.ଡ଼ି.ପୁର ବୁଦ୍ଧଗିରି ବିଦ୍ୟାପୀଠ ପୁରସ୍କୃତ ହୋଇଥିଲା। ସେହିପରି ଗଣିତ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପାଇଁ ପ୍ରଥମ ରୁ ତୃତୀୟ ଶ୍ରେଣୀ ପାଇଁ ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରସ୍କୃତ ହୋଇଥିବା ବେଳେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ ବୁଦ୍ଧଗିରି ବିଦ୍ୟାପୀଠ ଓ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପାଇଁ ବୁଗୁଡା ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ ହୋଇଥିଲା। ଏହି ମେଳାରେ ବୁଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଙ୍କ ସମେତ ସମସ୍ତ ସିଆରସିସି ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ