ବୁଗୁଡା ବ୍ଲକ ୧୫ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା
ବୁଗୁଡା (ଅନିଲ କୁମାର ମହାରଣା) ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରୁ ୧୫ ଜଣ ବରିଷ୍ଠ ନାଗରିକ ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇଥିବା ଜଣାପଡିଛି। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର,ସାମାଜିକ ମଙ୍ଗଳ ଅଧିକାରୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ଖୋଳଖାଳି ପଞ୍ଚାୟତ ସମିତି ସଭ୍ୟ ବିବେକାନନ୍ଦ ବାରିକ, ପାଙ୍ଗିଡି ସମିତି ସଭ୍ୟ କୃଷ୍ଣ ରା ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିବା ପରେ ଯାତ୍ରାର ଶୁଭାରମ୍ଭ ହୋଇଥିଲା। ୧୫ ଜଣ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରୁ ୪ ଜଣ ମହିଳା ଓ ୧୧ ଜଣ ପୁରୁଷ ତୀର୍ଥ ଯାତ୍ରୀ ଅଟନ୍ତି। ଏମାନଙ୍କ ମଧ୍ୟରୁ ଖୋଳଖାଳି ଗ୍ରାମର ୬ ଜଣ,ପାଙ୍ଗିଡି ପଞ୍ଚାୟତ ଟିକରପଡ଼ା ଗ୍ରାମର ୩ ଜଣ,ଦଦରାଖୋଲ ଗ୍ରାମର ୩ ଜଣ, ତାକରଡ଼ା, ବେଲପଡା ଓ ଜାମପଲ୍ଲୀ ଗ୍ରାମରୁ ଜଣେ ଲେଖାଏଁ ତୀର୍ଥଯାତ୍ରାରେ ଯାଇଛନ୍ତି।