ବୁଗୁଡା ବ୍ଳକ କର୍ମଚାରୀଙ୍କ ନୂତନ ଗୃହ ଉଦଘାଟନ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ବୁଗୁଡା ବ୍ଲକ କର୍ମଚାରୀ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ନୂତନ ଗୃହର ଶୁଭଉଦଘାଟନ ନଭେମ୍ବର ୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ଉପାଧ୍ୟକ୍ଷ୍ୟ ଟୁକୁନା ସ୍ୱାଇଁ, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ପଣ୍ଡା ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ମାମି ସେନାପତିଙ୍କ ସ୍ୱାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଯୋଗୁଁ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭାବେ ବରୁଣ ସେନାପତି ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଙ୍ଗିଡି ସରପଞ୍ଚ ସୁଶାନ୍ତ ଆପଟ, ଗୋଳାବନ୍ଧ ସରପଞ୍ଚ ବସନ୍ତ କୁମାର ସାମଲ, ଭାଗବାନପୁର ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ, ମାଣିତରା ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ, ଗଙ୍ଗାପାଣି ଜେନା, ଜିତେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦେଶୀ ଜେନା ସହଯୋଗ କରିଥିଲେ ।


