ବୁଗୁଡା : ଯାଞ୍ଚ ପରେ ଅଧ୍ୟକ୍ଷ ପାଇଁ ୭ ଜଣ ଓ କାଉନସିଲର ପାଇଁ ୨୬ ଜଣ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ସମଗ୍ର ଓଡିଶାର ୧୦୯ ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ପରିପ୍ରେକ୍ଷୀରେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ମଧ୍ୟ ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ଯାଞ୍ଚରେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ନିର୍ବାଚନ ଅଧିକାରୀ ତଥା ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି। ବୁଗୁଡା ଏନଏସିରେ ୧୩ ଗୋଟି ୱାର୍ଡ ଥିବା ବେଳେ ୧୩ ନମ୍ବର ୱାର୍ଡରେ କେବଳ ବିଜେଡି ପ୍ରାର୍ଥୀ ଜଣେ ନାମାଙ୍କନ କରିଥିବା ବେଳେ ସେ ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହୋଇଥିବା ବେଳେ ଅବଶିଷ୍ଟ ୧୨ ଗୋଟି ୱାର୍ଡର କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ। ଅଧ୍ୟକ୍ଷ ପଦବୀ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଚିତ୍ରସେନ ପ୍ରଧାନ, ବିଜେପି ପକ୍ଷରୁ ପ୍ରତାପ ଚନ୍ଦ୍ର ନାୟକ, କଂଗ୍ରେସ ପକ୍ଷରୁ ସୀମାଞ୍ଚଳ ଖଟେଇ ଏବଂ ଚାରିଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ୭ ଜଣ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ କାଏମ ରହିଅଛି। ସେହିପରି ୧୩ ନମ୍ବର ୱାର୍ଡ ବ୍ୟତୀତ ଅବଶିଷ୍ଟ ୧୨ ଟି ୱାର୍ଡ ପାଇଁ ୨୬ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ସମୟ ଥିବା ବେଳେ ବିକଳ୍ପ ପ୍ରାର୍ଥୀ ଭାବେ ନାମାଙ୍କନ କରିଥିବା କେତକ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ପାରନ୍ତି। ୧୪ ତାରିଖ ଦିନ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ପରେ ନିର୍ବାଚନ ମଇଦାନରେ କେତେ ଜଣ ରହିବେ ସ୍ପଷ୍ଟ ଚିତ୍ର ଜଣାପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ