ବୁଗୁଡା ରେ ପ୍ରତିଷ୍ଠିତ ହେଲା ଆଇ.ଏଚ.ଇ.ସି. ଟ୍ରଷ୍ଟ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଥିବା ବିଜୁ ସେବାସଦନ ଠାରେ ବ୍ଳକ କୋଡିନେଟର ରୋହିତ ପ୍ରଧାନ ଙ୍କ ସଂଯୋଜନାରେ ସେପ୍ଟେମ୍ବର ୯ ତାରିଖ ଦିନ ବୁଗୁଡା ବ୍ଳକରେ ଇଣ୍ଟରନେସନାଲ ହେଲଥ ଏଣ୍ଡ ଏଜୁକେସନ କର୍ପୋରେସନ ଟ୍ରଷ୍ଟର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ପ୍ରଥମେ ବୁଗୁଡା ବ୍ଲକର ୧୪ ଗୋଟି ଗ୍ରାମପଞ୍ଚାୟତର ମହିଳା ମିତ୍ର ଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ବୁଗୁଡା ବ୍ଲକରେ ସଂସ୍ଥାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା କୋଡିନେଟର ଘନଶ୍ୟାମ ଗୌଡ଼, ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ବୁଗୁଡା ଏନଏସି ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ସ୍ବେଚ୍ଛାସେବୀ ସଙ୍ଗଠନ ଇଣ୍ଡିଆ ର ଡ଼ାଇରେକ୍ଟର ଡ଼ଃ କୁମୁଦ ଚନ୍ଦ୍ର ବେହେରା, ସାମ୍ବାଦିକ ତ୍ରିଲୋଚନ ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ। ବୁଗୁଡା ବ୍ଲକରେ ସଂସ୍ଥାର କାର୍ଯ୍ୟ ଶୁଭାରମ୍ଭ ହେବା ସହ ଅତିଥି ମାନଙ୍କ ଦ୍ୱାରା ମହିଳା ମିତ୍ର ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଅତିଥି ବୃନ୍ଦ ମହିଳା ମିତ୍ର ମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କଲେ ନିଶ୍ଚିତ ସଫଳ ହେବା ସହ ରୋଜଗାର କ୍ଷମ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଇଣ୍ଟରନ୍ଯାସନାଲ ହେଲଥ ଏଣ୍ଡ ଏଜୁକେସନ କର୍ପୋରେସନର ଜିଲ୍ଲା କୋଡ଼ିନେଟର ଶ୍ରୀ ଗୌଡ଼ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ସମାଜରେ ଥିବା ମହିଳା ମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣି ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର,ଓ ଆତ୍ମନିର୍ଭରଶୀଳ କରାଇବା ହେଉଛି ଟ୍ରଷ୍ଟର ମୁଖ୍ୟ ଲକ୍ଷ୍ୟ। ପ୍ରତି ବ୍ଲକର ପ୍ରତେକ ପଞ୍ଚାୟତରୁ ଦୁଇ ଜଣ ମହିଳା ମିତ୍ର ଏହି ସଙ୍ଗଠନରେ ନିୟୋଜିତ ହେବାର ବ୍ୟବସ୍ଥା ଅଛି। ମହିଳା ମିତ୍ର ବୃନ୍ଦ ନିଜ ଅଂଚଳରେ ମହିଳାମାନଙ୍କୁ ସଚେତନ କରାଇବା ସହ ଟ୍ରଷ୍ଟର ମୁଖ୍ୟ ଉଦ୍ଦେଶ୍ୟ ଅବଗତ କରାଇବେ। ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଳକର କରସିଗିଂ, କରଚୁଲି, ତାକରଡା, ମାଣିତରା, ଗୋଳାବନ୍ଧ, ପାଙ୍ଗିଡି, ଅନ୍ତରପଡା, ଅରଖପୁର, କଳମ୍ବ, ଭଗବାନପୁର, ଖୋଳଖାଳି, ପୋଚାଲୁଣ୍ଡି, ଏ.କରଡାବାଡି, ବିରଞ୍ଚିପୁର ପଞ୍ଚାୟତର ମହିଳାମିତ୍ର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ମହିଳା ସମାଜକୁ ସଚେତନ କରି ମୁଖ୍ୟ ଶ୍ରୋତରେ ସାମିଲ କରାଇବା ପାଇଁ ଶପଥ ପାଠ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ