ବୁଝିଛ କି କେବେ ମଣିଷ ମୂଲ୍ୟ ?
ତୁମ ଦେହେ ବହେ ଶୋଣିତ ନିର୍ଝର
ଆମ ଦେହେ ସେଇ ରକତ ଧାର
ବୁଝିଛ କି କେବେ ମଣିଷର ମୂଲ୍ୟ
ରକତ ସମ୍ପର୍କ ଉଚ୍ଚ-ବିଚାର କ୍ଷ
ଭାବିଛ କି ସତେ ରେଖାଟିଏ ଟାଣି
ପାରିବ ଲିଭେଇ ସମ୍ପର୍କ-ଗାର
ବିଶ୍ଵଜନେ ଆମ ଭାଇ ଓ ଭଉଣୀ
ମାନବତା ପାଇଁ ଉନ୍ମୁକ୍ତ ଦ୍ୱାର କ୍ଷ
ଗୋଳା ବାରୁଦର ପାହାଡ଼ରେ ବସି
ଭାବିଛ କି ହେବ ବିଶ୍ଵବିଜୟୀ
ରକତର ହୋଲି କେତେ ଵା ଖେଳିବ
ଆମେ ଶାନ୍ତି ପଦେ ପ୍ରଣମୁ ଧ୍ୟାୟୀ କ୍ଷ
ତମେ ତ ଲଂଘିଛ ଆତ୍ମଘାତୀ ଦଳ
ବୀର ଯବାନର ଧଇର୍ୟ୍ୟ ସୀମା
ଚୌରାଳିଶ ପ୍ରାଣ ନେଇ କି ଭାବିଲ
ଭାରତୀୟ ସୈନ୍ୟ ଏଡ଼େ ନିକମ୍ମା !
ବୋମାର ଜବାବ ମିଜାଇଲ ଦେଲା
ଆକାଶୁ ବର୍ଷିଲା ନିଆଁର ଝୁଲ
ମାଟିରେ ମିଶିଲା ଆତଙ୍କୀ ଶିବିର
ଦୁନିଆ ଦେଖିଲା ସ୍ବଦେଶୀ ବଳ କ୍ଷ
ସଲାମ ଜଣାଏ ହେ ବୀର ସହିଦ
ଧନ୍ୟ ମାତାପିତା ଧନ୍ୟ ସଂସ୍କାର
ଦେଶ ମାତୃକାର ସେବାରେ ବରିଲ
ଶୌର୍ୟ୍ୟ-ତ୍ୟାଗବୀର ମୃତ୍ୟୁର ହାର କ୍ଷ
ଶୁଣି ରଖ ଥରେ ସନ୍ତ୍ରାସର ଦଳ
ଭାରତ ସାମର୍ଥ୍ୟ ବିଶ୍ବେ ଅତୁଲ୍ୟ
ଥରେ ଵି ଲଙ୍ଘିଲେ ବିଶ୍ୱାସର ପଥ
ଶତ ଗୁଣେ ଦେବ ହିଂସାର ମୂଲ୍ୟ କ୍ଷ
ଡ. କୁଳମଣି ଓଝା
ଉପସଚିବ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ଆଞ୍ଚଳିକ କାର୍ୟ୍ୟାଳୟ, ବ୍ରହ୍ମପୁର


