ବୁଡରେ ଭାସିଲା
ମନର ମଇଳା
ସଫା କରିବାକୁ
ତ୍ରିବେଣୀ ସଙ୍ଗମ ଗଲି,
ବୁଡ ଦେଉ ଦେଉ
ମନରେ ଭାସିଲା
ଯେତେ ପାପ କରିଥିଲି ।
ଯେତେ ଯେତେ ଥର
ବୁଡିଲି ଉଠିଲି
ସେତେ ମନେ ପଡୁଥିଲା,
କାହାକୁ କହିବି
ପାପ କର୍ମ କଥା
ବୁଡରେ କେତେ ଧୋଇଲା ।
ଦେହ ଧୂଳି ମଳି
ପାଣି ଧୋଇ ଦିଏ
ମନ ମଳି କ’ଣ ଧୁଏ,
ପାପ କରି ତୀର୍ଥ
ଯେ ଧାଏଁ କହିଲେ
କିଛି ତୁ ଜାଣିନୁ କୁହେ ।
ତୀର୍ଥ ଅଛି ବୋଲି
ପାପ କର ନାହିିଁ
ତୀର୍ଥ ପାପ ଧୁଏ ନାହିଁ,
ପାପ ନ କରି ତୁ
ତୀର୍ଥେ ବୁଡ ଦେଲେ
ମନ ପବିତ୍ର ଲାଗଇ ।
ମନକୁ ନିର୍ମଳ
ସଦା ରଖି ଥିବ
ସତ୍ କର୍ମେ ବୁଡି ରହି,
ମନ ଗଙ୍ଗା ଜଳ
ସର୍ବଦା ନିର୍ମଳ
ତୀର୍ଥ ବ୍ରତ ଲୋଡା ନାହିଁ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ