ବୁଡାଗୁଡା ପଞ୍ଚାୟତ ରେ ବ୍ୟାପୁଛି ଝାଡାବାନ୍ତି: ପହଁଚିଲା ଜିଲ୍ଲା ସ୍ବାସ୍ଥ୍ୟ ଟିମ୍‌ : ମାସକରେ୨ମୃତ୍ୟୁ ଅଭିଯୋଗ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡଗୁଡା ପଞ୍ଚାୟତର କଡ଼ଗାବାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ଏକ ମାସ ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ଘଟି ଥିବା ଅଭିଯୋଗ ହୋଇଛି l ଘଟଣାରୁ ପ୍ରକାଶଯେ,ଡଙ୍ଗେଶ୍ୱର ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ସୁବାଜିନୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସୁବାଜିବୀ ଗର୍ଭବତୀ ଥିବାବେଳେ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ଦାରିଙ୍ଗବାଡ଼ି ଭ୍ରାମ୍ୟମାଣ ଚିକିତ୍ସା ଦଳର ଡାକ୍ତର ଅମ୍ବିକା ପ୍ରସାଦ ଶତପଥୀ, ବୁଡାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ସୁଚିତ୍ରା ମେହେର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବଂଶୀଧର ପାତ୍ର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଚିକିତ୍ସା କରିଛନ୍ତି। ଫୁଲବାଣୀରୁ ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ୨ ଜଣିଆ ଡାକ୍ତର ଟିମ୍‌ ମଧ୍ୟ କଡ଼ଗାବାଲିରେ ପହଞ୍ଚି ମୋଟ ୧୩ ଜଣଙ୍କୁ ଚିକିତ୍ସା କରାଯାଇଛି। ସେହପିପରି ବୁଡାଗୁଡ଼ା ଗ୍ରାମର ଏକ ପଡ଼ାରେ ୧୪ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇ ଓୌଷଧ ପ୍ରଦାନ କରାଯାଇଛି।ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଉପଜିଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଏବଂ ଦାରିଙ୍ଗବାଡ଼ି ବିଡିଓ ଡ. ଜଗଦୀଶ ଷଡଙ୍ଗୀ ଉପସ୍ଥିତ ରହି କେଉଁ କାରଣରୁ ଏଭଳି ଝାଡ଼ାବାନ୍ତି ବ୍ୟାପିଲା ତାହା ତଦନ୍ତ କରାଯିବା ସହ ଗାଁ ର ଜଳଉତ୍ସ ଚୁଆ ଆଦିରୁ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏଥିସହ ବ୍ଲିଚିଂ ପକାଇ ବିଶୋଧନ ମଧ୍ୟ କରାଯାଇଛି। ଦୂଷିତ ପାଣି ପାଇଁ ଏପରି ଝାଡ଼ାବାନ୍ତି ବ୍ୟାପିଥିବା ଉପଜିଲାପାଳ ଦେବେନ୍ଦ୍ର ନନ୍ଦ କହିଛନ୍ତି। ଝାଡାବାନ୍ତିରେ ମାସେ ମଧ୍ୟରେ ବୃଦ୍ଧା ତୃତୀୟା ପାତ୍ର ଓ ପେଟା ମଲ୍ଲିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ