ବୁଢାକେନ୍ଦୁ ଜଙ୍ଗଲରୁ ଦୁଇ ଗଳିତ ମୃତଦେହ ଉଦ୍ଧାର,ପରିଚୟ ଅସ୍ପଷ୍ଟ

ବେଲଗୁଣ୍ଠା, (ସନ୍ତୋଷ କୁମାର ବିଷୋୟୀ):ପୂର୍ବରୁ ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ମାଆ ବୁଢାକେନ୍ଦୁ ଜଙ୍ଗଲ ଜଙ୍ଗଲୀ ଜନ୍ତୁଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ବହୁ ଦିନର ନୀରବତା ପରେ ଆଜି ଏଠାରୁ ଦୁଇ ଗଳିତ ଶବ ଉଦ୍ଧାର ହେବା ଘଟଣା ପୁଣି ଚର୍ଚ୍ଚାର ଶୀର୍ଷରେ ରହିଛି ଓ ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା, ବନ ବିଭାଗ କର୍ମଚାରୀ ଏବଂ ପର୍ଶୁଲୁଣ୍ଡା ବନ ସଂରକ୍ଷଣ ସମିତିର ସଦସ୍ୟ ମାନେ ଜଙ୍ଗଲରେ ନିଆଁ ଲାଗି ହୋଇଥିବା କ୍ଷୟ କ୍ଷତିର ଆକଳନ କରୁ୍ଥିବା ସମୟରେ ମାଆ ବୁଢ଼ାକେନ୍ଦୁ ପୀଠ ଠାରୁ ମାତ୍ର ଅଳ୍ପ ଦୂରରେ ଜଙ୍ଗଲରୁ ଦୁଇ ଗଳିତ ମୃତ ଦେହ ଦେଖିବାକୁ ପାଇଛନ୍ତି ଓ ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଓ ସେଥି ମଧ୍ୟରୁ ଗଛରେ ଝୁଲୁଥିବା ଶବଟି ଗୋଟିଏ ଯୁବତୀର ମୃତଦେହ ବୋଲି ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଶବଟି ତଳେ ପଡି ନଷ୍ଟ ହୋଇଯାଇଥିବାରୁ ତାହା କୌଣସି ଯୁବକ କି ଯୁବତୀର ଶବ ସ୍ପଷ୍ଟ ଜଣା ପଡିନାହିଁ ଓ ଦୁଇ ଗଳିତ ଶବର ପରିଚୟ ଜଣାପଡିନାହିଁ।ଜଙ୍ଗଲରେ ନିଆ ଲାଗିଯାଇଥିବାରୁ ତଳେ ପଡ଼ିଥିବା ମୃତଦେହଟି ନିଆଁରେ ପୋଡି ହୋଇ ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଘଟଣା ସମ୍ପର୍କରେ ଗାଙ୍ଗପୁର ବନପାଳ ଶ୍ରୀ ଦୋରାଙ୍କ ଠାରୁ ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ, ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସମେତ ପୋଲିସ ଟିମ୍ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ନେଇ ଗାଙ୍ଗପୁର ପୋଲିସ୍ ପକ୍ଷରୁ ବ୍ରହ୍ମପୁର ଏଫ୍ଏମଟି ଟିମ୍ ଏବଂ ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ କୁ ସୂଚନା ଦିଆଯାଇଛି ଓ ବର୍ତ୍ତମାନ ସୁଦ୍ଧା କାହାର ମଧ୍ୟ ପରିଚୟ ମିଳିନଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର ପ୍ରକୃତ କାରଣ ଜଣାପଡିନାହିଁ। ଛତ୍ରପୁର ସାଇଣ୍ଟିଫିକ ଟିମ ଆସିବା ପରେ ହିଁ ଉଭୟ ଶବକୁ ଏଫ୍ଏମଟିକୁ ପଠାଇ ବ୍ୟବଛେଦ ରିପୋର୍ଟ,ଏଫ୍ଏମଟି ରିପୋର୍ଟ୍ ଏବଂ ଡିଏନ୍ଏ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡିବା ଶବ ଗୁଡ଼ିକର ପରିଚୟ ମଧ୍ୟ ମିଳିପାରିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ଦାସ୍ ପ୍ରକାଶ କରିଛନ୍ତି ଓ ଘଟଣା ନେଇ ଗାଙ୍ଗପୁର ଥାନାରେ ୦୪/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ତଦନ୍ତକାରି ଅଧିକାରୀ ସବ୍ଇନ୍ସପେକ୍ଟର ସୁକାନ୍ତ କୁମାର ପ୍ରଧାନ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ