ବୁଢାକେନ୍ଦୁ ଯାତ୍ରାରେ ସାମାଜିକ ସେବା ଶିବିର
ଗାଙ୍ଗପୁର, (ଯୁଗାବ୍ଦ ନ୍ୟୁଜ) : ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଉପଲକ୍ଷେ ମା ବୁଢୀକେନ୍ଦୁ ମନ୍ଦିରରେ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଯୁବରେଡକ୍ରସ , ଜାତୀୟ ସେବା ଯୋଜନା ଏବଂ ରୋଭର ସ୍କାଉଟ ପକ୍ଷରୁ ସାମାଜିକ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାନୀୟ ଜଳ ବଣ୍ଟନ , ଭିଡ ନିୟନ୍ତ୍ରଣ , ପ୍ରାଥମିକ ଉପଚାର ଏବଂ ରେଡରିବନ କ୍ଲବ ପକ୍ଷରୁ ଏଡସ ସଚେତନତା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ ପ୍ରମୁଖ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରମସର ଯୁବ ସଂଯୋଜକ ବି. ଗୋବିନ୍ଦ ରାଓ , କାର୍ଯ୍ୟକ୍ରମ ଅଧିକାରୀଣି ପିଙ୍କି ପଲାଇ , ଶୁସାନ୍ତ କୁମାର ଲେଙ୍କା , ପ୍ରଧ୍ୟାପକ ପ୍ରଦୀପ କୁମାର ତ୍ରୀପାଠୀ , ବିଷ୍ଣୁ ପ୍ରସାଦ ପଟ୍ଟନାୟକ , କପିଳା ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ମହାବିଦ୍ୟାଳୟର ବିଜ୍ଞାନ ପ୍ରଧ୍ୟାପକ ଓ. ରାମ ପ୍ରସାଦ ପଣ୍ଡା , ଅଧ୍ୟାପକ ଗଙ୍ଗାଧର ପଦ୍ମ ଚରଣ ନାୟକ ସହେଯାଗ କରିଥିଲେ ।