ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ସ୍ଵଚ୍ଛତା ଅଭିଯାନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କବିରାଜପୁର ସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ଏକ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଵଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ରମେଶ୍ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ତାଲିମ୍ ଅଧିକାରୀ ସନ୍ତୋଷ କୁମାର ପାଢୀ, ସୁମନ୍ତ କୁମାର ନାୟକ, ସୁରେଶ କୁମାର ଗୌଡ଼ ଏବଂ ଦିଗାମ୍ବର ରଥଙ୍କ ସମେତ କର୍ମଚାରୀ ମଙ୍ଗୁଳୁ ସ୍ଵାଇଁ, ବିଶ୍ଵନାଥ ସିୟ ପ୍ରମୁଖଙ୍କ ସହ ଅନୁଷ୍ଠାନର ସମସ୍ତ ଛାତ୍ର ଶିଳ୍ପ ତାଲିମ୍ କେନ୍ଦ୍ର ପରିସର, ଜଳ ଯୋଗାଣ ବିଭାଗର ପରିସର ଆଦି ସଫେଇ କରିଥିଲେ I ଏହା ସହିତ ଏକ ରାଲି ମାଧ୍ୟମରେ ‘ ସ୍ଵଚ୍ଛତା ହିଁ ସେବା ଏବଂ ସ୍ଵଚ୍ଛତା ହିଁ ସୁରକ୍ଷା ‘ ର ବାର୍ତ୍ତା ପ୍ରଚାର କରିଥିଲେ I