ବୁଢାପଙ୍କ ପ୍ରିମିୟମ୍ ଲିଗ୍ ଉଦଯାପିତ
ଅନୁଗୋଳ, :(ଯୁଗାବ୍ଦ ନ୍ୟୁଜ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମରେ ଗତ ତିନି ତାରିଖରୁ ଚାଲିଥିବା ବୁଢାପଙ୍କ ପ୍ରିମିଅର ଲିଗ ରବିବାର ଉଦଯାପିତ ହୋଇଯାଇଛି କ୍ଷ ଫ୍ଲଡ୍ ଲାଇଟ ରାତି ଫାଇନାଲ ମ୍ୟାଚଟି ଡିଜେ ଫ୍ୟାୟର ଓ କିସ୍ମୋନ୍ ଡାଇମଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା କ୍ଷ ଏଥିରେ ଡିଜେ ଫ୍ୟାୟର ଚାମ୍ପିଅନ୍ ହୋଇଥିଲା କ୍ଷ ଚାମ୍ପିଅନ ଓ ରନର୍ସଅପ ଦଳକୁ ଅତିଥି ମାନେ ପୁରସ୍କୃତ କରିଥିଲେ କ୍ଷ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିମା ଜେନା, ସମ୍ମାନିତ ଅତିଥି ଭାବେ ଗ୍ରାମର ସରପଞ୍ଚ ଉତସବ ଦେହୁରୀ, ବିଭୁତି ବେଉରା, ସୌଭାଗ୍ୟ ନାୟକ, ପ୍ରକାଶ ସିଂହ ପ୍ରମୂଖ ଯୋଗ ଦେଇଥିଲେ କ୍ଷ ନେତାଜୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ପାଞ୍ଚଟି ଟିମ୍ କୁ ନେଇ ହୋଇଥିବା ଫାଇନାଲ ମ୍ୟାଚରେ ଅମ୍ପାୟାର ମୁନା ସାମଲ ଓ ଦୀପକ ସାମଲ ଖେଳ ପରିଚାଳନା କରିଥିଲେ କ୍ଷ ସ୍କୋରର୍ ସିତେଶ ସାମଲ ଓ ଘୋଷକ ସନ୍ଦୀପ ସାମଲ ରହି ଥିବାବେଳେ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ କ୍ଷ