ବୁଢା ଗଣେଶ ହେବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
କଟକ, (ଦୀପକ୍ କୁମାର ବେଉରା): ଆସନ୍ତା ୨୨ ରେ ଅନୁଷ୍ଠିତ ହେଉଛି ପ୍ରଭୁ ଗଣେଷଙ୍କ ପୂଜା। ତେବେ କଟକ ସହରରେ ପୂଜା କରିବା ପାଇଁ ହାଇକୋର୍ଟ୍ ରେ ଏକ ଜନସ୍ୱ।ର୍ଥ ମାମଲା ରୁଜୁ ହୋଇଛି। ମଙ୍ଗଳାବାଗ ବଣିଆ ସାହି ବୁଢା ଗଣେଷ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତି ଙ୍କ ପକ୍ଷରୁ କରାଯାଇଥିବା ଜନସ୍ୱ।ର୍ଥ ମାମଲାରେ ଗଣେଷ ପୂଜା କରିବା ପାଇଁ ଅନୁମତି ଦେବାକୁ ହାଇକୋର୍ଟ୍ ଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ପାଖାପାଖି ୬୦୦ ବର୍ଷର ପରମ୍ପରା ରହିଥିବାରୁ ଶ୍ରଦ୍ଧାଳୁମାନେ ନିୟମ ନିଷ୍ଠାରେ ରହି ମାନସିକ କରି ପୂଜା କରିଥାନ୍ତି। ତେବେ ପୋଲିସ୍ ପ୍ରଶାସନ ପକ୍ଷରୁ ପୂଜାକୁ ସମ୍ପୁର୍ଣ୍ଣ ବନ୍ଦ କରିବା ଘୋଷଣାକୁ ଭକ୍ତଙ୍କ ମନକୁ ଆଘାତ ପହଞ୍ଚାଇଛି। ପୂଜା ସମୟରେ କୋଭିଡ୍ ୧୯ ର ସମସ୍ତ ନିୟମ ପାଳି ପୂଜା କରିବାକୁ ମାମଲାରେ ଦର୍ଶାଯାଇଛି। ସେଥିମଧ୍ୟରୁ ବଣିଆ ସାହି ଗଣେଷ ୧୯୫୪ ମସିହାରୁ ପୂଜା ପାଇ ଆସୁଛନ୍ତି। ଏଥିସହ ଛୋଟବଡ଼ ଅନୁଷ୍ଠାନ ମିଶାଇ ପାଖାପାଖି ୮୦୦ ଟି ଗଜାନନଙ୍କ ମୂର୍ତ୍ତି ପୁଜା ପାଉଛନ୍ତି। ତେଣୁ ଅନୁଷ୍ଠାନ ସମେତ ଭୁବନେଶ୍ୱରରେ ମଧ୍ୟ ଗଣେଷ ପୂଜା କୋଭିଡ୍ ନିୟମରେ ରହି ପାଳିବାକୁ ମାମଲାରେ ଦର୍ଶାଯାଇଛି। ଏହାବାଦ୍ କଣ୍ଟେନମେଣ୍ଟ୍ ଜୋନ୍ କୁ ଛାଡି ଅନ୍ୟତ୍ର ପୁଜା ପାଇଁ ମଧ୍ୟ ପ୍ରାର୍ଥନା ମାଧ୍ୟମରେ ଅପିଲ୍ କରାଯାଇଛି। ଯଦି ଅନ୍ୟ ଜିଲ୍ଲାରେ ସାର୍ବଜନୀନ ପୁଜା ପାଇଁ ଅନୁମତି ଦିଆଯାଉଛି ତେବେ କଟକ ଭୁବନେଶ୍ୱରରେ ପୂଜା କରିବା ପାଇଁ କାହିଁକି ଅନୁମତି ଦିଆଯାଉନି ବୋଲି ମାମଲାରେ ଦର୍ଶାଯାଇଛି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିସନର,ପୋଲିସ୍ ଡିଜି,କଟକ ଡିସିପି,ସିଏମସି କମିସନର ଙ୍କୁ ପକ୍ଷଭୁକ୍ତ କରାଯାଇଛି।


