ବୁଢା ଗୋବିନ୍ଦଜୀଉଙ୍କ ଜମି ଜବରଦଖଲ ମାମଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଜବରଦଖଲକାରୀଙ୍କ ବେଖାତିର

ନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବୁଢା ଗୋବିନ୍ଦଜୀଉ ମନ୍ଦିର ଜମିକୁ ଦଖଲ କରିଥିବା ବ୍ୟକ୍ତିମାନଙ୍କୁ ଭଡ଼ା ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲା ବେଳେ ଏହି ନିର୍ଦେଶକୁ ବେଖାତିର କରିବାରୁ ମନ୍ଦିର ଟ୍ରଷ୍ଟି ଓ ଗ୍ରାମବାସୀମାନେ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଛନ୍ତି । ଅଭିଯୋଗକାରୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରାପଡା ବକ୍ଲ ଅନ୍ତର୍ଗତ ଗୁଲନଗର ଗ୍ରାମର ବୁଢା ଗୋବିନ୍ଦଜୀଉ ଠାକୁରଙ୍କର ଭ୍ରମରଦିଆପାଟଣା ମୌଜାର ଭୂସମ୍ପତ୍ତି ଖାତା ନଂ- ୩୧ ପ୍ଲଟ ନଂ- ୧୧୫ ଓ ୧୧୬ ସର୍ବମୋଟ ଏ୨.୦୭ ଡିସିମିଲି ଜମିକୁ ୧୧ଜଣ ବ୍ୟକ୍ତି ବିଶେଷ ଜବର ଦଖଲ କରି ସେହି ଜମି ଉପରେ ବାସଗୃହ ଓ ଦୋକାନ ଗୃହ ନିର୍ମାଣ କରିଛନ୍ତି । ଏ ସମ୍ପର୍କରେ ଦେବୋତ୍ତର ବିଭାଗରେ ୧୮/୧୮ରେ ଏକ ମକ୍କଦ୍ଦମା ଦାଏର କରାଯାଇଥିଲା । ସେହି ମକ୍କଦ୍ଦମାରେ ଦେବୋତ୍ତର କମିଶନର ଗତ ୨୦.୦୫.୨୦୧୯ ତାରିଖରେ ପ୍ରଦାନ କରିଥିବା ଏକ ମଧ୍ୟବର୍ତ୍ତି କାଳୀନ ଆଦେଶ ଅନୁଯାଇ ଜବର ଦଖଲକାରୀମାନଙ୍କୁ ଶ୍ରୀ ଶ୍ରୀ ଠାକୁରଙ୍କ ବ୍ୟାଙ୍କ ଜମାଖାତାରେ ସରକାରୀ ନିୟମ ଅନୁଯାୟୀ ଭଡା ବାବଦକୁ ଯଥା ଶୀଘ୍ର ଅର୍ଥ ଜମା କରିବାକୁ ପଡିବ । କିନ୍ତୁ ଜବର ଦଖଲକାରୀମାନେ ସେହି ନିର୍ଦ୍ଦେଶ ବିରୋଦ୍ଧରେ ଉଚ୍ଚନ୍ୟାୟାଳୟରେ ଡବ୍ଲୁ ପି(ସି) ୧୨୪୨୪/୯ ଏବଂ ରିଭ୍ୟୁ ପିଟିସନ ନଂ ୩୦୩/୧୯ରେ ଅପିଲ ଦାଖଲ କରିଥିଲେ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରା ଗତ ଡସେମ୍ବର ୧୩ ତାରିଖରେ ଖାରଜ କରାଯାଇ ଦେବୋତ୍ତର କମିଶନରଙ୍କର ପୂର୍ବ ଆଦେଶକୁ କାଏମ ରଖାଯିବାକୁ ଆଦେଶ ଜାରି କରାଯାଇଛି । କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ କରି ୨୦୧୪ ମସିହା ଅଗଷ୍ଟ୧୪ ତରିଖରେ ୩୪୨୩ନଂ ଚିଠିରେ ଦଖଲକାରୀଙ୍କ ବିରୋଦ୍ଧରେ ଏତଲା ଦାଖଲ କରିବା ପାଇଁ ଦେବତ୍ତୋର କମିଶନଙ୍କୁ ଅନୁରୋଧ କରିଥିଲେ ଓ ଧାରା ୨୫ରେ ମକଦ୍ଦମା କରିବା ପାଇଁ ଟ୍ରଷ୍ଟବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଦେଶ ଅନୁଯାଇ ଶ୍ରୀ ଗୋବିନ୍ଦଜୀଉ ଟ୍ରଷ୍ଟବୋର୍ଡ ମାମଲା ମଧ୍ୟ କରିଥିଲେ । ଏଥିରେ ଅସୁନ୍ତୁଷ୍ଟ ହୋଇ ଜବରଦଖଲକାରୀ ମାନେ ଶେଷରେ ସୁପ୍ରିମ କୋର୍ଟରେ ସିଭିଲ ଅପିଲ ନଂ- ୯୨୭୪- ୯୨୭୫/୨୦ ଦାଖଲ କରିଥିଲେ । ସୁପ୍ରିମୋ କୋର୍ଟ ଏକ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ଜାରିକରି କହିଥିଲେ ଯେ ଦରଖାସ୍ତକାରୀମାନେ ନିୟମିତଭାବେ ପୂର୍ବ ନିର୍ଦ୍ଦେଶାନୁସାରେ ଠାକୁରଙ୍କର ବ୍ୟାଙ୍କ ଜମାଖାତାରେ ଭଡା ଅର୍ଥ ପୈଠ କରିବେ । କିନ୍ତୁ ଜବର ଦଖଲକାରୀମାନେ ଏଯାବତ୍ ଭଡା ଅର୍ଥ ବ୍ୟାଙ୍କ ଜମାଖାତାରେ ପୈଠ କରୁନାହାନ୍ତି । ଗୁଲନଗର ଗ୍ରାମବାସୀ ନୁତନ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ସାକ୍ଷାତ କରି ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ନିବେଦନ କରିଛନ୍ତି । ଜିଲାପାଳ କୋର୍ଟଙ୍କ ଆଦେଶ ଅନୁଯାଇ ଉଚିତ୍ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି । ଉପେନ୍ଦ୍ର କର, ରବିନ୍ଦ୍ର ନାଥ ରଥ, ଲକ୍ଷ୍ମୀ ନାରାୟଣ ସାହୁ, ଅଭୟ କୁମାର ଦାସ, ପ୍ରେମାନନ୍ଦ ନାୟକ, ମୃଣାଳକାନ୍ତ ନାୟକ, ଅଜୟ କୁମାର ପାତ୍ର, ପିତାମ୍ବର ବେହେରା, ମାଗୁଣି ବେହେରା ପ୍ରମୁଖ ଜିଲାପାଳଙ୍କୁ ଭେଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ