ବୁଢେଇଶୁଣିରେ ବିଜେଡି ର ମିଶ୍ରଣ ପର୍ବ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ବୁଢେଇଶୁଣି ପାଞ୍ଚାୟତରେ ଶତାଧିକ ପରିବାରର ବିଜେପି କର୍ମୀ ଓ ସମର୍ଥକ ଦଳ ତ୍ୟାଗକରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ପୋଲସରା ବ୍ଲକ ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀ ପ୍ରକାଶ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କ ଓ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବୁଢେଇଶୁଣି ଗ୍ରାମ ପଞ୍ଚାୟତର ବୁଢେଇଶୁଣି ଠାକୁରାଣୀ ମନ୍ଦିର ପରିସରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସରପଞ୍ଚ ଚିରଞ୍ଜିବି ପରିଡାଙ୍କୁ ନେତୃତ୍ୱରେ ସୁବାସ ପ୍ରଧାନ, ପ୍ରଫୁଲ ସାହୁ, ଗୋପବନ୍ଧୁ ସାହୁ, ପ୍ରଫୁଲ ପ୍ରଧାନ, ଗୌରୀ ମହାପାତ୍ର, ଚିନ୍ତାମଣି ସାହୁ, ସନ୍ୟାସୀ ପାଣିଗ୍ରାହୀ, ପଦ୍ମ ଚରଣ ପାଣିଗ୍ରାହୀ, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ୧୦୫ ପରିବାରର କର୍ମୀ ଓ ସମର୍ଥନ ବିଜେପି ତ୍ୟାଗକରି ବିଧାୟକ ଶ୍ରୀ ସାହୁଙ୍କ ଉପସ୍ଥିତରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିବା ସହ ବିଜେଡି ଆହୁରି ଶକ୍ତିଶାଳୀ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା ଙ୍କ ସମେତ ବିଜେଡି ଲୋକପ୍ରତିନିଧି, କର୍ମକର୍ତ୍ତା ଓ ସକ୍ରିୟ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ