ବୁଥରେ ପହଞ୍ଚିଲେ ପୋଲିଂ ପାର୍ଟି

କୋଣାର୍କ (ଯୁଗାବ୍ଦ ନ୍ୟୁଜ୍‍): ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାକଟପୁର ବିଧାନସଭା ଆସନ ପାଇଁ ପ୍ରଚାର ଶେଷ ହୋଇଛି । ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଦିନକ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । କୋଣାର୍କ ଏନଏସି ଅନ୍ତର୍ଗତ ୧୩ଟି ୱାର୍ଡରେ ପ୍ରାୟ ୧୧ହଜାର ୮ଶହ ଭୋଟର ରହିଛନ୍ତି । ଏହି ଏନଏସି ଅନ୍ତର୍ଗତ ୬ଟି ସ୍କୁଲରେ ୧୦ ବୁଥ୍ରେ ଭୋଟ ଗ୍ରହଣ କରାଯିବ । ଏହି ସବୁ ବୁଥରେ ପୋଲିଂ ପାର୍ଟି ପହଞ୍ଚିଛନ୍ତି । ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ, ପୁଲିଂ ଅଫିସର, ପ୍ରିଜାଇଡିଂ ଅଫିସର ଇଭିଏମ, ଭିଭିପାଟ ମେସିନ ନିଜ ଦାୟିତ୍ୱରେ ରଖିଛନ୍ତି । ପ୍ରତି ବୁଥ୍ରେ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା, ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ସେଡ୍ ଓ ଦିବ୍ୟାଙ୍ଗଙ୍କ ପାଇଁ ଟ୍ରାଇ ସାଇକେଲର ବ୍ୟବସ୍ଥା ରହିଥିବା ଜଣାପଡ଼ିଛି । ଏଥିସହ ଶାନ୍ତିଶୃଙ୍ଖଳା ରକ୍ଷାଲାଗିି ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୩ ମୋବାଇଲ ଭ୍ୟାନ୍ରେ ମାଜିଷ୍ଟ୍ରେଟ, ୩ ଅଫିସର,ଷ୍ଟ୍ରାଇକିିଂ ଫୋର୍ସ ଓ ପ୍ରତି ବୁଥ୍ରେ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ