ବୁଥ୍ସ୍ତରୀୟ ପଞ୍ଜିକରଣ କେନ୍ଦ୍ରକୁ ଜିଲ୍ଲାପାଳଙ୍କ ପରିଦର୍ଶନ
ପାରଳାଖେମେୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ବିଭିନ୍ନ ବୁଥସ୍ତରୀୟ ପଞ୍ଜିକରଣ କେନ୍ଦ୍ର ବୁଲି ପରିଦର୍ଶନ କରୁଥିବା ବେଳେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ବୁଥସ୍ତରୀୟ ପଞ୍ଜିକରଣ କେନ୍ଦ୍ର ପରିଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲାରେ ବର୍ତ୍ତମାନ ମୁଖ୍ୟତଃ ଭୋଟର ପଞ୍ଜିକରଣ ନିମନ୍ତେ ବିଭିନ୍ନ ବୁଥ ଖୋଲାଯାଇଥିବା ବେଳେ ଏହାର ନିରୀକ୍ଷଣ ପାଇଁ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପରିଦର୍ଶନରେ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ପଣ୍ଡା ମଧ୍ୟ ଏହି ବୁଥ ଗୁଡିକୁ ବୁଲି ବୁଲି ପରିଦର୍ଶନ କରୁଛନ୍ତି । ବିଶେଷତଃ ଯୁବ ଭୋଟରମାନେ କିପରି ପଞ୍ଜିକରଣ କରିବାକୁ ଆଗେଇ ଆସିବେ ସେନେଇ ବିଚାର ବିମର୍ଶ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଡେପୁଟି କଲେକ୍ଟର (ନିର୍ବାଚନ) ଅଚ୍ୟୁତାନନ୍ଦ ଜାନୀ, ଜ୍ୟୋତିରାଜ ଅଧିକାରୀ ପ୍ରମୁଖ ଉପସ୍ଥିତଥିଲେ ।


