ବୁଦ୍ଧଖୋଲରେ ନିର୍ମାଣ ହେବ ଇକୋ ପାର୍କ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପାଦଦେଶରେ ଥିବା ସେଣ୍ଟ୍ରାଲ ନର୍ସରୀର ଦକ୍ଷିଣ ଦିଗର କିରିଆମ୍ବା ସଂରକ୍ଷଣ ଜଙ୍ଗଲର ବିସ୍ତୀର୍ଣ୍ଣ ଅଂଚଳରେ ବନ ବିଭାଗ ପକ୍ଷରୁ ଏକ ନିକୋ ପାର୍କ ନିର୍ମାଣ ପାଇଁ ଏକ ଅଣଆନୁଷ୍ଠାନିକ ବୈଠକରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା ପ୍ରକାଶ କରିଛନ୍ତି।ଏହି ପାର୍କ ନିର୍ମାଣ ପାଇଁ ତତ୍କାଳୀନ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ବୁଦ୍ଧଖୋଲ ଉନ୍ନୟନ ସମିତିର ଗତ ବୈଠକ ବିଧାୟକ ତଥା ଗଂଜାମ ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଆଲୋଚନା ହୋଇ ପୁନର୍ବାର ବନ ବିଭାଗ ଦାୟିତ୍ୱ ଗ୍ରହଣ କରିଥିବା ମନ୍ତ୍ରୀ ଶ୍ରୀ ଆରୁଖଙ୍କ ସହ କର୍ମକର୍ତ୍ତା ବୃନ୍ଦ ଆଲୋଚନା କରିବା ପାଇଁ ନିଷ୍ପତି ହୋଇଥିଲା।ଆଜିର କାର୍ୟ୍ୟକ୍ରମରେ ଡ଼ିଏଫଓ ଙ୍କ ସମେତ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ଓ ଅନ୍ୟାନ କର୍ମଚାରୀଙ୍କ ସହ ବୁଦ୍ଧଖୋଲ ଉନ୍ନୟନ ସମିତି ଉପ ସଭାପତି ଏ ଚନ୍ଦନ ଚର୍ଚ୍ଚିତ ପାତ୍ର, ସହ ସମ୍ପାଦକ ଗଙ୍ଗାଧର ବିଷୋୟୀ, କୋଷାଧ୍ୟକ କେ ତ୍ରିଲୋଚନ ଦୋରା,ନୀଳାମ୍ବର ବିଷୋୟୀ, ରାମଚନ୍ଦ୍ର ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେବା ସହ ପ୍ରସ୍ତାବିତ ଇକୋ ପାର୍କ ଅଂଚଳ ବୁଲି ଦେଖିଥିଲେ।


