ବୁଦ୍ଧଖୋଲରେ ବନ୍ୟ ଜନ୍ତୁଙ୍କୁ ଖାଦ୍ୟ ବଣ୍ଟନ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲରେ ବନ୍ୟ ଜନ୍ତୁମାନଙ୍କୁ ପଞ୍ଚମହାଦେବଙ୍କ ରନ୍ଧା ପ୍ରସାଦ ଦିଆଯାଉଥିବା ଜଣାପଡିଛି। ବୁଦ୍ଧଖୋଲ ଉନ୍ନୟନ ସମିତିର ଯେଉଁ କେତେଜଣ ଯୁବକ ବୁଦ୍ଧଖୋଲର ଉନ୍ନତି ପାଇଁ ଲାଗିପଡିଛନ୍ତି ସେମାନେ ଲକ ଡାଉନ ହେବାଠାରୁ ବୁଦ୍ଧଖୋଲ ପୀଠରେ ରହୁଥିବା ବନ୍ୟଜନ୍ତୁମାନଙ୍କୁ ଦିଅଁଙ୍କ ପାଇଁ ପୂଜା ହେଉଥିବା ପ୍ରସାଦ ମଧ୍ୟରୁ ପାଞ୍ଚ ଗୋଟି ଥାଳି ପ୍ରସାଦ ବୁଦ୍ଧାଖୋଲ ରେ ରହୁଥିବା ବନ୍ୟଜନ୍ତୁ ମାଙ୍କଡ଼, ପାଟମୂଷା ପ୍ରଭୃତିଙ୍କୁ ଖାଇବାକୁ ଦେଉଛନ୍ତି। ବିଭିନ୍ନ ବ୍ୟକ୍ତି ଗ୍ରାମରେ ଗାଈ,ଗୋରୁ,କୁକୁର, କାଉ,ପାରା ପ୍ରଭୃତି ପଶୁପକ୍ଷୀଙ୍କୁ ଖାଦ୍ୟ ଦେବାର ଆମେ ଦେଖିଛେ। ବର୍ତ୍ତମାନର ଲକ ଡାଉନ ସମୟରେ ସରକାର ମଧ୍ୟ ବୁଲା ପଶୁପକ୍ଷୀ ପାଇଁ ଖାଦ୍ୟ ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ଲକ ଡାଉନ ଯୋଗୁଁ ବୁଦ୍ଧଖୋଲ ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ଯୋଗୁଁ ସେମାନଙ୍କ ଠାରୁ ଖାଦ୍ୟଖାଇ ବଞ୍ଚି ରହୁଥିବା ବନ୍ୟଜନ୍ତୁଙ୍କ ଖାଦ୍ୟ ଅଭାବ ଦେଖାଦେଇଥିବାରୁ ବୁଦ୍ଧଖୋଲ ଉନ୍ନୟନ ସମିତି ଏହି ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।ସେମାନଙ୍କ ସେବାରେ ବୁଦ୍ଧାଖୋଲର ବନ୍ୟଜନ୍ତୁ ଏତେ ସନ୍ତୁଷ୍ଟ ଯେ ଜଣେ ସଦସ୍ୟ ମନୋଜ କୁମାର ମାହାନ୍ତିଙ୍କ ନିକଟରେ ମାଙ୍କଡ଼ମାନେ ବସି ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ