ବୁଦ୍ଧଖୋଲ ଇକୋ ପାର୍କରେ ୭୩ ତମ ବନ ମହୋତ୍ସବ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ବୁଦ୍ଧଖୋଲ ଇକୋ ପାର୍କ ପରିସରରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜୁଲାଇ ୦୪ ଦିନ ୭୩ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ୨୦୨୨-୨୩ ଆର୍ଥିକ ବର୍ଷ ଅନୁଦାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ସାଂସଦ ପ୍ରତିନିଧି କବିରାଜ ଗୌଡ଼ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବନ ରହିଲେ ଜନ ରହିବେ ବୋଲି ପ୍ରକାଶ କରିଥିଲେ ଏବଂ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷିତ କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ। ବୁଗୁଡା ବାନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧଖୋଲ ଉନ୍ନୟନ ସମିତିର କାର୍ଯ୍ୟକାରୀ ସମ୍ପାଦକ ମନୋଜ କୁମାର ମାହାନ୍ତି, ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ଗଙ୍ଗାଧର ବିଷୋୟୀ, ଗୋପୀନାଥ ସ୍ବାଇଁ, ରାମଚନ୍ଦ୍ର ନାୟକ, ବୁଗୁଡା ବନ ବିଭାଗର ସମସ୍ତ କର୍ମଚାରୀ ଓ ଜନସାଧାରଣଙ୍କ ଉପସ୍ଥିତରେ ବିଭିନ୍ନ ପ୍ରଜାତିର ବୁକ୍ଷ ରୋପଣ କରାଯାଇଥିଲା । ଦକ୍ଷିଣ ଘୁମୁସର ବନଖଣ୍ତରେ ପ୍ରାୟ ବାରଲକ୍ଷ ଚାରା ଉପ୍ତାଦନ ହୋଇଥିବା ବେଳେ ସେଥିରୁ ଦଶଲକ୍ଷ ଚାରା ଜନସାଧାରଣଙ୍କୁ ଦିଆଯିବ ଓ ଦୁଇଲକ୍ଷ ଚାରା ବନ ବିଭାଗ ପକ୍ଷରୁ ରୋପଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୁଦ୍ଧଖୋଲ ଇକୋପାର୍କ ପରିସରରେ ପ୍ରାୟ ୨୦୦ ଶହ ଚାରା ରୋପଣ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ