ବୁଦ୍ଧଖୋଲ ଉନ୍ନୟନ ସମିତିର ନୂତନ କର୍ମକର୍ତ୍ତା ନିର୍ବାଚନ

ବୁଗୁଡା,(ୱାଏନଏସ): ପ୍ରସିଦ୍ଧ ଶୈବପୀଠ ଓ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲର ଉନ୍ନତି ପାଇଁ ଗଠିତ ବୁଦ୍ଧଖୋଲ ଉନ୍ନୟନ ସମିତିର କର୍ମକର୍ତ୍ତା ନିର୍ବାଚନ ଅଗଷ୍ଟ ୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତିର ନିୟମ ପ୍ରକାରେ ସ୍ଥାନୀୟ ମାନ୍ୟବର ବିଧାୟକ ତଥା ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକ ସଭାପତି ଦାୟିତ୍ୱ ପୂର୍ବରୁ ଗ୍ରହଣ କରିଥିଲେ। ବୁଦ୍ଧଖୋଲ ଉନ୍ନୟନ ସମିତିର କର୍ମକର୍ତ୍ତା ନିର୍ବାଚନ ପାଇଁ ଅନୁଷ୍ଠିତ ବୈଠକରେ ସ୍ଥାୟୀ ସଭାପତି ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ମଳିକ ଅଧ୍ୟକ୍ଷତା କରିଥିଲେ। ସର୍ବସମ୍ମତି କ୍ରମେ କାର୍ଯ୍ୟକାରୀ ସଭାପତି ଭାବେ ଟି.ସଞ୍ଜୀବ ପାତ୍ର, ଉପସଭାପତି ଭାବେ ଗଙ୍ଗାଧର ନାୟକ, ସାଧାରଣ ସମ୍ପାଦକ ଭାବେ ସୁରେଶ ଚନ୍ଦ୍ର ଦାଶ, ସମ୍ପାଦକ ଭାବେ ହରିହର ସାହୁ, ସହସମ୍ପାଦକ ଭାବେ କେଦାରନାଥ ମହାରଣା, କୋଷାଧ୍ୟକ୍ଷ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର ଓ ସମୀକ୍ଷକ ଭାବେ ଗଙ୍ଗାଧର ବିଷୋୟୀ ନିର୍ବାଚିତ ହୋଇଥିଲେ। ଧରଣୀଧର ପଣ୍ଡା, ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର, ଗୌରହରି ପ୍ରଧାନ, ପଞ୍ଚାନନ ସାହୁ ପ୍ରମୁଖ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ। ଅନ୍ୟାନ୍ୟ ସବ କମିଟି ମଧ୍ୟ ଗଠିତ ହୋଇଥିଲା। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ପୂର୍ବତନ ଉପସଭାପତି ବିଶ୍ଵମୋହନ ମିଶ୍ର, ରାମଚନ୍ଦ୍ର ନାୟକ, ଚିତ୍ତରଞ୍ଜନ ଦାସ, ସାମ୍ବାଦିକ ଅଭୟ ପ୍ରସାଦ ପାଣିଗ୍ରାହୀ ଓ ରୋହିତ କୁମାର ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ