ବୁଦ୍ଧଖୋଲ ମହୋତ୍ସବର ତୃତୀୟ ସଂଧ୍ୟା

ବୁଗୁଡା – ବୁଦ୍ଧଖୋଲ ମହୋତ୍ସବର ତୃତୀୟ ଦିନରେ ପ୍ରବଳ ଜନସମାବେଶ ହୋଇଥିବା ଦେଖିବାକୁ ମିଳିଛି। ତୃତୀୟ ଦିନର ମହୋତ୍ସବକୁ ଗଂଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିଲେ । ପୋଲସରା ବିଧାୟକ ତଥା ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ଶ୍ରୀକାନ୍ତ ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ।ର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,କବିସୂର‌୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ,ଓଲିଉଡ ଅଭିନେତା ଅରେନ୍ଧେତୁ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସନ୍ଧ୍ୟା ପୂର୍ବରୁ ଦର୍ଶକଙ୍କ ବେଶ୍ ଭିଡ ଜମାଇବା ସହ ବୁଦ୍ଧଖୋଲ ପ୍ରାକୃତିକ ସୌନ୍ଦର‌୍ୟ୍ୟ ଉପଭୋଗ କରିଥିଲେ । ଏଥି ସହ ମିନାବଜାର,ଦୋଳି ପ୍ରଭୃତିର ମଜା ନେଇ ବୁଦ୍ଧଖୋଲ ମହୋତ୍ସବକୁ ମନଭରି ଉପଭୋଗ କରିଥିଲେ ଦର୍ଶକ। ରାଜ୍ୟ ସ୍ତରୀୟ ଓ ଅଂଚଳର କଳାକାରଙ୍କ ସଙ୍ଗୀତ ଓ ନୃତ୍ୟର ଝଲକ ଦେଖିବାକୁ ମିଳିଥିଲା । ବୁଦ୍ଧଖୋଲ ଉନ୍ନୟନ ସମିତି କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ