ବୁଦ୍ଧଖୋଲ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଓ ଶୈବ ପୀଠ ବୁଦ୍ଧଖୋଲର ପାଦଦେଶରେ ବୁଦ୍ଧଖୋଲ ମହୋତ୍ସବ ଅନୁଷ୍ଠିତ ହୋଇଆସୁଥିଲା। ମାତ୍ର ୨୦୨୪ ଜାନୁଆରୀ ୧୨, ୧୩ ଓ ୧୪ ତାରିଖ ତିନି ଦିନ ପାଇଁ ଅନୁଷ୍ଠିତ ହେବାକୁ ଥିବା ବୁଦ୍ଧଖୋଲ ମହୋତ୍ସବ ବୁଗୁଡା ପିପୁଲସ ହାଇସ୍କୁଲ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଅଛି। ଏଥିପାଇଁ ବୁଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଡିସେମ୍ବର ୯ ତାରିଖ ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ବିଧାୟକ ତଥା ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ଶ୍ରୀକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧଖୋଲ ଉନ୍ନୟନ ସମିତିର କାର୍ଯ୍ୟକାରୀ ସଭାପତି ଧରଣୀଧର ପଣ୍ଡା, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, ଉପଦେଷ୍ଟା ମଦନ ଗୋପାଳ ଦୋରା ଓ କବିରାଜ ଗୌଡ଼, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, କୋଷାଧ୍ୟକ୍ଷ କେ.ତ୍ରିଲୋଚନ ଦୋରା, ସମ୍ପାଦକ ବିଶ୍ଵମୋହନ ମିଶ୍ର, କାର୍ଯ୍ୟକାରୀ ସମ୍ପାଦକ ମନୋଜ କୁମାର ମହାନ୍ତି, ରାମ ଚନ୍ଦ୍ର ନାୟକ, ବସନ୍ତ କୁମାର ଦଳେଇ, ସୂର୍ଯ୍ୟ ନାରାୟଣ ମହାନ୍ତି, ମନୋଜ କୁମାର ସାହୁ, ମନୋରଞ୍ଜନ ଦାଶ, ସୁବ୍ରତ ରାଖଲ ଦାଶଙ୍କ ସମେତ ବହୁ ସଦସ୍ୟ ପ୍ରସ୍ତୁତି ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ