ବୁଦ୍ଧଖୋଲ ମହୋତ୍ସବ ୨୦୨୩ ଉଦଘାଟିତ

ବୁଗୁଡା, (ଅନିଲ କୁମାର ମହାରଣା):ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ଶୈବପୀଠ ବୁଦ୍ଧଖୋଲର ପାଦଦେଶରେ ବୁଦ୍ଧଖୋଲ ମହୋତ୍ସବ ୨୦୨୩ ଜାନୁଆରୀ ୨୭ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବୁଦ୍ଧଖୋଲ ମହୋତ୍ସବକୁ ଉଦଘାଟନ କରିଥିଲେ। କରୋନା କଟକଣା ଯୋଗୁଁ ଦୁଇ ବର୍ଷର ବ୍ଯବଧାନରେ ପୁଣି ଜାନୁଆରୀ ୨୭, ୨୮ ଓ ୨୯ ତିନି ଦିନ ପାଇଁ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ଦିବସରେ ଅତିଥି ଭାବେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ଯମଣି ବୈଦ୍ଯ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗଦେଇଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରି, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢୀ, ଜିଲ୍ଲା ପରିଷଦ ସଭ୍ୟା ଚାନ୍ଦିନୀ ନାୟକ, ବିରଞ୍ଚିପୁର ସରପଞ୍ଚ ମନ୍ଦାକିନୀ ସେଠୀ, ସମିତିସଭ୍ଯା ଅଳକା ନନ୍ଦଙ୍କ ସମେତ ବୁଗୁଡା ଏନ୍ଏସି ର ସମସ୍ତ କାଉନସିଲର ଯୋଗଦେଇ ଥିଲେ।ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ଲିଖିତ ” ବୁଦ୍ଧଖୋଲ ଐତିହ ଗୀତିକା ” ପୁସ୍ତକ ଉନ୍ମୋଚିତ ହୋଇଥିଲା। ୨୦୧୫ ମସିହାରେ ପ୍ରଥମ ବୁଦ୍ଧଖୋଲ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ସ୍ବର୍ଗତ ଏ.ବାଳକୃଷ୍ଣ ପାତ୍ର ଓ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ରହିଥାନ୍ତି। ୨୦୧୪ରେ ପ୍ରଥମ ଥରପାଇଁ ବିଧାୟକ ଭାବେ ଶ୍ରୀକାନ୍ତ ସାହୁ ନିର୍ବାଚିତ ହୋଇଥାନ୍ତି। ସ୍ୱର୍ବତ ବାଳକୃଷ୍ଣ ପାତ୍ର ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ମଧ୍ୟରେ ସୁସମ୍ପର୍କ ରହିଥିଲା। ବାଳକୃଷ୍ଣ ପାତ୍ରଙ୍କ ପ୍ରସ୍ତାବ କ୍ରମେ ବୁଦ୍ଧଖୋଲ ମହୋତ୍ସବ କରିବାକୁ ବିଧାୟକ ଶ୍ରୀକାନ୍ତ ସାହୁ ସମ୍ମତି ପ୍ରକାଶ କରିବା ସହ ବୁଦ୍ଧଖୋଲ ମହୋତ୍ସବ କମିଟିର ସଭାପତି ଭାବେ ମନୋନୀତ ହୋଇ ସମସ୍ତ ଦାୟିତ୍ୱ ବହନ କରି ଆଗକୁ ବଢାଇଥିଲେ। କରୋନା ଦୁଇ ବର୍ଷକୁ ବାଦ ଦେଲେ ଏହା ହେଇଛି ସପ୍ତମ ମହୋତ୍ସବ। ସପ୍ତମ ବୁଦ୍ଧଖୋଲ ମହୋତ୍ସବର ପ୍ରଥମ ସନ୍ଧ୍ୟାର ସାସ୍କୃତିକ କାର୍ଯ୍ୟକ୍ରମରର ଆସାମର ପିହୁ, ବ୍ରହ୍ମପୁର କଳା ପରିଷଦର ଲୋକକଳା, ପୋଲସରା ଓଡିଶୀ, ବ୍ରହ୍ମପୁର ଓ ପୁରୀରୁ ଆସିଥିବା ଗୃପ ଡ୍ଯାନ୍ସ ଓ ବୁଗୁଡା ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲ ଓ ବୁଗୁଡା ଅଞ୍ଚଳର କୁନକୁନି ପିଲାମାନଙ୍କ ଡ୍ଯାନ୍ସ ଅତି ଆକର୍ଷଣୀୟ ହୋଇଥିଲା। ସେହିପରି ଭୂବନେଶ୍ୱରରୁ ଆସିଥିବା କଣ୍ଠଶିଳ୍ପୀ ଅଙ୍କିତା ଓ ହ୍ୟୁମାନ ସାଗରଙ୍କ ଗୀତର ତାଳେ ତାଳେ ଦର୍ଶକ ମାନେ ନାଚି ଉଠିଥିଲେ। ହାସ୍ୟ ଅଭିନେତା ଗୁଲୁଆଙ୍କ ଗୁଲୁଗୁଲିଆ କଥାରେ ଦର୍ଶକଙ୍କ ହସରେ ମହୋତ୍ସବ ପଡିଆ ହସିଉଠିଥିଲା। ସାଧାରଣ ସମ୍ପାଦକ ସୁରେଶଚନ୍ଦ୍ର ଦାସ,କୋଷାଧ୍ୟକ୍ଷ କେ.ତ୍ରିଲୋଚନ ଦୋରା ପରିଚାଳନା ଦାୟିତ୍ବ ଗ୍ରହଣ କରିଥିବା ବେଳ ବୁଦ୍ଧଖୋଲ ଉନ୍ନୟନ ସମିତିର ସମସ୍ତ ସଦସ୍ୟ ଓ ସ୍ଥାନୀୟ ପୋଲିସ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ