ବୁଦ୍ଧଖୋଲ ମହୋତ୍ସବ ୨୦୨୫ ଉଦଘାଟିତ

ବୁଗୁଡ଼ା, (ଅନିଲ କୁମାର ମହାରଣା):ଐତିହାସିକ ଶୈବପୀଠ ତଥା ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପାଦଦେଶରେ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବୁଦ୍ଧଖୋଲ ମହୋତ୍ସବ ୨୦୨୫ ଫେବୃୟାରୀ ୮ ତାରିଖ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଅଟୋଥିଭାବେ ଯୋଗଦେଇ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ବର୍ତ୍ତମାନ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା କହିବା ସହ ବୁଦ୍ଧଖୋଲ ଐତିହ ଓ ସଂସ୍କୃତି ବିଷୟରେ ଅତିଥି ବୃନ୍ଦ ପ୍ରକାଶ କରିଥିଲେ। ଏହାସହିତ ଅତିଥିମାନଙ୍କ ଗହଣରେ ବୁଦ୍ଧଖୋଲ ମହୋତ୍ସବ ସ୍ମରଣୀକା ପୁସ୍ତିକା ଉନ୍ମୋଚିତ ହୋଇଥିଲା। ସମ୍ମାନୀତ ଅତିଥି ଭାବେ ବୁଗୁଡ଼ା ଏନ୍ ଏ ସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବିଡ଼ିଓ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ,ଏସଡିପିଓ ସୁଜିତ କୁମାର ନାୟକ, ପୂର୍ତ୍ତ ବିଭାଗ ଅଧ୍ୟକ୍ଷଣ ଯନ୍ତ୍ରୀ ସତ୍ୟରଞ୍ଜନ ପରିଡ଼ା, ଥାନା ଆଇଆଇସି ସୀତାଶୁଂ ଶେଖର ମାଦ୍ଧାତା, ସମିତିର କାର୍ଯ୍ୟକାରୀ ସଭାପତି ଟି ସଂଜୀବ ପାତ୍ର, ନଗର ସଭାପତି କେଦାର ନାଥ ମହାରଣା, ହରିହର ସାହୁ ଯୋଗଦେଇ ଥିଲେ। ଦଶମ ଓ ଯୁକ୍ତ ଦୁଇ ବ୍ଳକ ଟପ୍ପର ସମେତ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ବ୍ଳକ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ସଂନ୍ଧ୍ୟାରେ ଓଲିଉଡ ଗାୟିକା ଦାପ୍ତୀରେଖା ପାଢ଼ୀ ମୁଖ୍ୟ ଆକର୍ଷଣ ଥିଲେ। ତାଙ୍କ ସଂଗୀତରେ ଦର୍ଶକ ନାଚିଥିଲେ। ସେହିପରି ଓଲିଉଡ ଅଭିନେତ୍ରୀ ଅରୁନ୍ଧତୀ ଦେବୀକା, ହାସ୍ୟ ଅଭିନେତା ଅମର ପଟ୍ଟନାୟକ ଓ ଅନ୍ୟ ଅତିଥି କଳାକାର ମାନେ ବିଭିନ୍ନ ଅଭିନୟ ଦ୍ବାରା ଲୋକଙ୍କୁ ବିମୋହିତ କରିଥିଲେ। ବୁଗୁଡ଼ା ଅଞ୍ଚଳର ଲୋକନୃତ୍ୟ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। ବୁଦ୍ଧଖୋଲ ଉନ୍ନୟନ ସମିତିର ଉପସଭାପତି ଗଙ୍ଗାଧର ନାୟକ ସ୍ବାଗତ ଭାଷଣ ପ୍ରଦାନ ଓ ଗଙ୍ଗାଧର ବିଷୋୟୀ ଧନ୍ୟବାଦ ଅପର୍ଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ