ବୁଦ୍ଧପାର୍କ ସାଂସ୍କୃତିକ ପରିଷଦ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୨୮ତମ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ବୁଦ୍ଧପାର୍କ ସାଂସ୍କୃତିକ ପରିଷଦ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ବୁଦ୍ଧପାର୍କ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । କେୟାର ହସ୍ପିଟାଲ ସହଯୋଗିତାରେ ଅନୁଷ୍ଠିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ପରିଷଦର ସଭାନେତ୍ରୀ ରଶ୍ମିରେଖା ଜେନା ଓ ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ହୃଦ ରୋଗ ବିଶେଷଜ୍ଞ ମହେନ୍ଦ୍ର କୁମାର ତ୍ରିପାଠୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଂଘ ସଭାପତି ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଯୋଗେଶ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଶିବିରରେ କେୟାର ହସ୍ପିଟାଲର ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରମାନେ ସେବା ପ୍ରଦାନ କରିଥିଲେ । ପ୍ରାୟ ୫ ଶହ ରୁ ଉର୍ଦ୍ଧ୍ୱ ରୋଗୀ ମାଗଣାରେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରିଷଦର ସମ୍ପାଦକ ଦୟାନିଧି ସ୍ୱାଇଁ, ଉପସଭାପତି ପ୍ରେମଚାନ୍ଦ ମଣ୍ଡଳ, କୋଷାଧ୍ୟକ୍ଷ ବଟ୍ଟକୃଷ୍ଣ ପଟ୍ଟନାୟକ, ଉପଦେଷ୍ଟା ମାନସ ରଞ୍ଜନ ସାମଲ ଓ ତପନ ଜେନା, ଧର୍ଯ୍ୟଧର ମହାନ୍ତି, ପ୍ରଦୀପ ପ୍ରଧାନ, ଶିଶୁ ରଞ୍ଜନ ସାହୁ, ବିଷ୍ଣୁ ଦାଶ, କେୟାର ହସ୍ପିଟାଲର ଡେପୁଟି ମ୍ୟାନେଜର ଶଙ୍କର୍ଶଣ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ