ବୁଦ୍ଧବାବାଙ୍କ ୧୩ ତମ ସାମ୍ବତ୍ସରିକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ପଂଚାୟତର ଗାରୋଇସ୍ଥିତ ଗୋବର୍ଦ୍ଧନ ପୀଠର ପ୍ରତିଷ୍ଠାତା ବୁଦ୍ଧବାବା ଦାସଙ୍କ ୧୩ତମ ସାମ୍ବତ୍ସରିକ ମହୋତ୍ସବ ପାଇଁ ରବିବାର ପୀଠ ପରିସରରେ କରବାଡ କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଶ୍ରମର ପିଠାଧିସ ବାବା ଶ୍ରୀ ଶ୍ରୀ ଦିବ୍ୟଲୋଚନ ଦାସ ପୈାରହିତ୍ୟ କରିଥିଲେ । ଆସନ୍ତା ୮ ସେପ୍ଟମ୍ବର ମାସରେ ମହୋତ୍ସବ ପଡୁଥିବା ବେଳେ ଏହି ପରିପେକ୍ଷୀରେ ପ୍ରତ୍ୟୁଷରୁ ବେଦ ପାଠ,ଅଖଣ୍ଡ ନାମ ଯଜ୍ଞ, ଗୀତା ଯଜ୍ଞ ଆଦି କରାଯିବ । ବିଭିନ୍ନ ସଂକୀର୍ତନ ମଣ୍ଡଳୀଙ୍କୁ ନିମନ୍ତ୍ରଣ କରାଯିବା ସହିତ ସାଧୁସନ୍ଥ ସମ୍ମିଳନୀର ଆୟୋଜନ କରାଯିବାର ସ୍ଥିର କରାଯାଇଥିଲା । ଏହି ବୈଠକରେ କମିଟିର ସଭାପତି ବେଣୁଧର ମହାନ୍ତି, କାହ୍ନୁ ଚରଣ ମହାନ୍ତି, ପ୍ରବୋଧ ପଟ୍ଟନାୟକ, କେଦାର ଚରଣ ବିଶ୍ୱାଳ, ନିରଞନ ବିଶ୍ୱାଳ, ପ୍ରମୋଦ ମହାନ୍ତି, ବାବାଜୀ ପରିଡା, ତପନ ମହାନ୍ତି ଇତ୍ୟାଦି ଉପସ୍ଥିତ ଥିଲେ । ଏହି ମହୋତ୍ସବରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ପରେ ୨ଜଣ ଦିବ୍ୟଗତ ଶ୍ରଦ୍ଧାଳୁଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ରବିନ୍ଦ୍ର ନାଥ ସ୍ୱାଇଁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ