ବୁଦ୍ଧିଆଙ୍କ ପାଇଁ ଆବାସ ସାତସପନ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ-ଇଛାପୁର ଗ୍ରାମର ବୁଦ୍ଧିରାମ ମୁୁଣ୍ଡାଙ୍କ ପାଇଁ ଆବାସ ସାତସପନ ହୋଇଯାଇଛି । ଦୁଇ ଝିଅ ଓ ଗୋଟିଏ ପୁଅଙ୍କ ସମେତ ୫ ପ୍ରାଣୀ କୁଟୁମ୍ବଙ୍କୁ ନେଇ ତାଙ୍କ ପରିବାର । ଜମିବାଡି କିଛି ନଥିବା ବେଳେ କେବଳ ସରକାରୀ ସହାୟତା ଭାବେ ଚାଉଳ ମୁଠାଏ ପାଉଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ଖରାବର୍ଷାରେ ଭଙ୍ଗା କୁଡିଆ ମଧ୍ୟରେ କାଳାତିପାତ କରୁଛନ୍ତି । ସରକାର ଗରିବ ଲୋକଙ୍କ ପାଇଁ ଆବାସ ଯୋଜନା କରିଥିବା ବେଳେ ତାଙ୍କୁ ଏହି ଯୋଜନାରେ ଘରଟିଏ ମିଳୁନାହିଁ । ସେ ଜଣେ ଦିନମଜୁରିଆ ହୋଇଥିବାରୁ ଆର୍ଥିକ ଅଭାବ ଯୋଗୁ ଘର ଖଣ୍ଡିଏ ତିଆରି କରିପାରୁନାହାନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ