ବୁଦ୍ଧ ମନ୍ଦିରରେ ସାମୂହିକ ଦୀପଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ବୁଦ୍ଧ ମନ୍ଦିରସ୍ଥ ବୋଧିଦ୍ରୁମ ନିକଟରେ ରବିବାର ସନ୍ଧ୍ୟାରେ ସାମୂହିକ ଦୀପଦାନ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ପୂର୍ବ କୁଳପତି ଡଃ ବିମଳେନ୍ଦୁ ମହାନ୍ତି, ଆର୍ଯ୍ୟସମାଜ ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବୁଦ୍ଧ ମନ୍ଦିର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ପୌରୁଷର ସମ୍ପାଦକ ଡଃ ଅସିତ ମହାନ୍ତି, ଡଃ କରୁଣାକର ପ୍ରଧାନ, ଜଗତବନ୍ଧୁ ଜେନା, ସିଦ୍ଧାର୍ଥ ପଣ୍ଡା, ଲକ୍ଷ୍ମଣ ମଲ୍ଲିକ, ସୁବ୍ରତ ରଥ, କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ବିମଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


