ବୁଧବାରରୁ କୋଠୋର ହେବ ଜିଲ୍ଲା ପ୍ରଶାସନ, ଅମାନିଆଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯିବ

ଛତ୍ରପୁର : ଲକ୍ ଡାଉନ୍ କୁ ବେଖାତିର କରି ଅନେକ ଯୁବ ଗୋଷ୍ଠୀ ବାହାରେ ବୁଲିବା ଅଭ୍ୟାସ ଛାଡୁ ନାହାନ୍ତି । ସମସ୍ତ ପ୍ରଶାସନିକ ଚେଷ୍ଟା ସତ୍ତ୍ବେ ଯଦି ସେମାନଙ୍କର କିଛି ପରିବର୍ତ୍ତନ ନହୁଏ ତେବେ ସେମାନଙ୍କୁ ଧରି କ୍ବାରେଣ୍ଟାଇନ୍ ରେ ୧୪ ଦିନ ପାଇଁ ରଖିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ବୟସ୍କ ଲୋକମାନଙ୍କ କ୍ଷେତ୍ରରେ କରୋନା ଆକ୍ରମଣର ଭୟ ଅଧିକ ଥିବାରୁ ସେମାନଙ୍କୁ ଘରୁ ନ ବାହାରିବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଯେଉଁ ଗାଡି ବାହାର ରାଜ୍ୟରୁ ଲୋକଙ୍କୁ ଜିଲ୍ଲା ଭିତରକୁ ଆଣିବ ଉକ୍ତ ଗାଡି ଓ ଡ୍ରାଇଭର ନାମରେ ମୋକଦ୍ଦମା କରାଯିବା ସହିତ ତାହାକୁ ଯବତ କରାଯିବ । ସଂପୃକ୍ତ ଲୋକ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯିବ । ସମସ୍ତ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଥିବା ଲୋକ ମାନଙ୍କର ସକାଳେ ଏବଂ ଅପରାହ୍ନରେ ହାଜିରା ସୁନିଶ୍ଚିତ କରାଯିବ । ରେଳ ଲାଇନ୍ ରେ ଯେଉଁ ମାନେ ଚାଲିଚାଲି ଯାତାୟତ କରୁଛନ୍ତି ସେମାନଙ୍କୁ ମଧ୍ୟ ଧରପଗଡ କରାଯିବ । କୌଣସି ମନ୍ଦିରରେ ସଂଖ୍ୟାଧିକ ଲୋକ ଦେଖିଲେ ତାକୁ ତାଲା ପକାଇ ଦିଆଯିବ । ଦୋକାନୀ ମାନେ ସେମାନଙ୍କର ମୁହଁ ଆବୃତ୍ତ କରିବା ସହିତ ହାତରେ ଗ୍ଲୋବସ୍ ପିନ୍ଧିବେ । ଯେଉଁ ଦୋକାନରେ ସରକାରୀ ନିୟମ ନମାନି ଲୋକେ ଗହଳି କରୁଛନ୍ତି ଉକ୍ତ ଦୋକାନୀକୁ ଜୋରିମାନା କରାଯିବ । ମଟରସାଇକେଲକୁ ଅଧିକ ଧରପଗଡ କରିବାପାଇଁ କୁହାଯାଇଛି । ଗ୍ରାମାଞ୍ଚଳରେ ସକାଳେ ଏବଂ ସଂଧ୍ୟାରେ ମାଇକ୍ ଯୋଗେ ଲକ୍ ଡାଉନ୍ ପ୍ରଚାର କରିବାପାଇଁ କୁହାଯାଇଛି । ଆଇସୋଲେସନ୍ ପାଇଁ ସ୍ଥିର କରାଯାଇଥିବା ଡାକ୍ତରଖାନା ଗୁଡିକୁ ସବୁମତେ ପ୍ରସ୍ତୁତ ରଖିବାପାଇଁ କୁହାଯାଇଛି, ଯାହାଫଳରେ ଏହା ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ । ବ୍ଲକ୍ ମାନଙ୍କରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ହେବ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଗଠନ କରିଥିବା ୧୨୨ ଗୋଟି ରାପିଡ୍ ଆକସନ୍ ଟିମ୍ କୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହକାରେ ରଖିବାପାଇଁ କୁହାଯାଇଛି । ଜେଲ୍ ଅନ୍ତେବାସୀ ମାନଙ୍କୁ ସାନିଟାଇଜର୍ ଓ ମାସ୍କ ପ୍ରଦାନ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ବେସରକାରୀ ସଂସ୍ଥା ସହଯୋଗ କରିବାପାଇଁ ଇଚ୍ଛୁକ ସେମାନେ ବିଡିଓ ମାନଙ୍କୁ ଖାଦ୍ୟ ସାମଗ୍ରୀ କିମ୍ବା ଅନ୍ୟାନ୍ୟ ବସ୍ତୁ ଦେବାପାଇଁ କୁହାଯାଇଛି । ସ୍ବେଚ୍ଛାସେବୀ କର୍ମୀ ମାନଙ୍କୁ କ୍ବାରେଣ୍ଟାଇନ୍ ଲୋକ ମାନଙ୍କ ସହିତ ସିଧା ମିଳାମିଶା କରିବାକୁ ବାରଣ କରାଯାଇଛି । କରୋନାର ପ୍ରସ୍ତୁତି କୁ ନେଇ ସବୁବ୍ଲକ୍ ସ୍ତରରେ ମକ୍ ଡ୍ରିଲ୍ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ