ବୁଧବାର ଅନୁଷ୍ଠିତ ହେବ ଷୋଡଶ ପଂଚାୟତ ସମିତି ବୈଠକ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଆସନ୍ତା ବୁଧବାର୧୦ତାରିଖ ଦିନ ଭଣ୍ଡାରିପୋଖରୀ ପଂଚାୟତ ସମିତିର ଷୋଡଶ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗକୁ ପଂଚାୟତ ନିର୍ବାଚନ ଆସୁଥିବାରୁ ଉକ୍ତ ବୈଠକ ଗୁରୁତ୍ୱ ବହନ କରୁଥିବା ବେଳେ ଏଥିରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ମାନେ ଯୋଗଦେବାକୁ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା ନିବେଦନ କରିଛନ୍ତି । ବିଶେଷ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଷୋଡଶ ପଂଚାୟତ ସମିତି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।