ବୁଧବାର ହେଲେ ‘ଆମିଷ’ ବଜାରରେ ଲାଗୁଛି ଭିଡ

ବନ୍ତ, (ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମହାମାରୀକୁ ରୋକିବା ନେଇ ଲକ୍ ଡାଉନ, ସଟ୍ ଡାଉନ୍‌, କଫ୍ୟୁ ଭଳି କଟକଣା ଲାଗୁ କରିବା ସହ ଏସଂପର୍କରେ ଲୋକ ମାନଙ୍କୁ ସଚେତନ କରାଉଛନ୍ତି । ଏପରିସ୍ଥିତିରେ ସାଧାରଣ ଲୋକେ ଜାଣିଶୁଣି କଟକଣାକୁ ଉଲଂଘନ କରୁଥିବାର ଦେଖାଯାଉଛି । ଏଭଳି ନଜିର ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ବିଶେଷକରି ସାପ୍ତାହିକ ହାଟ ପାଳିରେ ମାଛ ମାର୍କେଟରେ ଏହା ଦେଖାଯାଉଛି । ସେହିପରି ବୁଧବାର ହେଲେ ଗଣିଜାଙ୍ଗ ବଜାର ଠାରେ ଥିବା ମାଛ ଦୋକାନ ସମ୍ମୁଖରେ ଅସମ୍ଭବ ଭିଡ ଦେଖିବାକୁ ମିଳୁଛି । ମାଛ ଦୋକାନାରେ ଭିଡ ଲାଗିବା ସହ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଗାଡି ରଖିବା ଫଳରେ ଅନେକ ସମୟରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ବଜାର ପାଖ ନୟନଜୋରୀରେ ଆମିଷ ବଜ୍ୟବସ୍ତୁ ପକାଇବା ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଲୋକ ମାନେ ଜାଣିଶୁଣି ବିପଦକୁ ଟାଣିଆଣୁଥିବା ବୁଦ୍ଧିଜୀବି ମାନେ କହିଛନ୍ତି । ପ୍ରଶାସନ ପକ୍ଷରୁ ପୂର୍ବଭଳି କରୋନା କଟକଣାକୁ କଡାକଡି କରାଯାଉନଥିବାରୁ ଲୋକ ମାନେ ଖୁଲମଖୁଲା ବାହାରେ ବୁଲିବା ସହିତ ସାମାଜିକ ଦୂରତାକୁ ଭୁଲି ଯାଉଥିବାର ଦେଖାଯାଉଛି । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ